ତାମିଲନାଡୁରେ ଡାକ୍ତରଙ୍କ ଗାଡିକୁ ପେଟ୍ରୋଲ ବୋମାମାଡ
ତାମିଲନାଡୁ କେନିକରାଇର ଏକ ପ୍ରାଇଭେଟ ହସ୍ପିଟାଲ ବାହାରେ ପାର୍କ ହୋଇଥିବା ଦୁଇଟି କାର୍ ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି।
ଚେନ୍ନାଇ: ତାମିଲନାଡୁରୁ ଜାରି ରହିଛି ପେଟ୍ରୋଲ ବୋମାମାଡ । ସର୍ବସାଧାରଣ ସ୍ଥାନ ଠାରୁ ଆରମ୍ଭ କରି ଆର୍ଏସ୍ଏସ୍ ନେତାଙ୍କ ଘର ଓ କାର୍ଯ୍ୟାଳୟରେ ହୋଇଛି ବୋମା ମାଡ। ତାମିଲନାଡୁ କେନିକରାଇର ଏକ ପ୍ରାଇଭେଟ ହସ୍ପିଟାଲ ବାହାରେ ପାର୍କ ହୋଇଥିବା ଦୁଇଟି କାର୍ ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି।

ଗତକାଲି ମଧ୍ୟ ରାତ୍ରୀରେ ଦୁଇ ଜଣ ଦୁର୍ବୃତ୍ତ ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କ କାରକୁ ପେଟ୍ରୋଲ ବୋମାମାଡ କରିଥିଲେ । ଫଳରେ କାରରେ ନିଆଁ ଲାଗିଯାଇଥିଲା । ପୁରା ଘଟଣା ସିସିଟିଭିରେ କଏଦ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ, ଡାକ୍ତର ବିଜେପି ସମର୍ଥିତ ହୋଇଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ । ସାରା ଦେଶରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି 15ଟି ରାଜ୍ୟରେ ପିଏଫଆଇ ଉପରେ ଚଢ଼ାଉ ଜାରି ରଖିଛି। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାକୁ ପିଏଫଆଇ କାର୍ଯ୍ୟକରୁଥିବା ଅଭିଯୋଗରେ ଚଢ଼ାଉ ଜାରି ରହିଛି।












Click it and Unblock the Notifications