ଛାତ୍ର ସଂସଦ ନିର୍ବାଚନ ଦାବି କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ
ଛାତ୍ର ସଂସଦ ନିର୍ବାଚନ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଜାରି କରିଛି । ତେବେ ଏଥିରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ଉଲ୍ଲେଖ ହୋଇନାହିଁ । ନିର୍ବାଚନ ତାରିଖ ବାବଦରେ କୌଣସି ଉଲ୍ଲେଖ ହୋଇ ନାହିଁ । ଆଉ ସେବେଠାରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଜୋରଦାର ପ୍ରତିବାଦ ହେଉଛି ।
ଏବିଭିପି ପକ୍ଷରୁ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ଆନ୍ଦୋଳନ କରାଯାଉଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆଦିରେ ଆନ୍ଦୋଳନ ହେଉଛି । ସେହିପରି ଛାତ୍ର କଂଗ୍ରେସ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା ।
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଆବଶ୍ୟକ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଏବିଭିପିର ତରଫରୁ ଏହି ଜନସ୍ବାର୍ଥ ମାମଲା ଆବେଦନ କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ନ ହେବା ଯୋଗୁଁ କଣ କ୍ଷତି ସେ ନେଇ ଆବେଦନରେ ଦର୍ଶାଯାଇଛି ।
୨୦୧୭ରେ ହୋଇଥିବା ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ( BCJD ) ସବୁଠାରୁ ଅଧିକ କ୍ୟାମ୍ପସରେ ବିଜୟ ହୋଇଥିଲା । ସେହିପରି ଏବିଭିପି ଓ ଛାତ୍ର କଂଗ୍ରେସ ବି ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ କ୍ୟାମ୍ପସରେ ଜିତିଥିଲେ ।
ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ପାଠପଢା ରହିଥିବା ବେଳେ ୭୨ ଦିନ ଛୁଟି ରହିଛି । ଅକ୍ଟୋବର ୨୧ରୁ ୮ ଦିନ ପର୍ଯ୍ୟନ୍ତ ପୂଜା ଛୁଟି ରହିଛି ।

୨୦୧୮ ନିର୍ବାଚନ ପୂର୍ବ ଦିନ ବାତ୍ୟା ହେବାରୁ ନିର୍ବାଚନ ରଦ୍ଦ କରାଯାଇଥିଲେ । ତେବେ ଚଳିତ ବର୍ଷ ନିର୍ବାଚନ ହେବେ ବୋଲି ଦାବି ହୋଇଥିଲା । ତେବେ ସରକାରଙ୍କ ନୋଟିସରେ ନିର୍ବାଚନ ନେଇ କିଛି ନାହିଁ ।
ଉଚ୍ଚଶିକ୍ଷା ବିଭାଗର କ୍ୟାଲେଣ୍ଡରରେ ନାହିଁ ନିର୍ବାଚନ ନେଇ କିଛି ବି ଉଲ୍ଲେଖ ହୋଇନାହିଁ । ୟୁଜି, ପିଜିର ପରୀକ୍ଷା ସହ ସେମିଷ୍ଟର ପରୀକ୍ଷା ଫଳ, ଆଲୁମୁନି ମିଟଠୁ ନେଇ ସ୍ପୋର୍ଟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ତାରିଖ ନିର୍ଦ୍ଧାରିତ କରାଯାଇଛି । ହେଲେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ନଥିବାରୁ ଏ ନେଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।












Click it and Unblock the Notifications