ଟିକେଟ ପାଇବା ପରେ ଜଗା ଦୁଆରେ ପ୍ରାର୍ଥୀଙ୍କ ଭିଡ଼; ପ୍ରଚାର ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ
ଟିକେଟ ପାଇବା ପରେ ଜଗା ଦୁଆରେ ଲାଗୁଛି ଭିଡ଼ । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେଡି ଦଳରୁ ଟିକେଟ ପାଇଥିବା ଅଂଶୁମାନ ମହାନ୍ତି ଶୁକ୍ରବାର ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଆଗାମୀ ନିର୍ବାଚନରେ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ଅଂଶୁମାନ । ୨୦୧୯ରେ ବୈଜୟନ୍ତ କେନ୍ଦ୍ରାପଡ଼ା ଆସନରୁ ଦେଢ ଲକ୍ଷରୁ ଅଧିକ ଭୋଟ ବ୍ଯବଧାନରେ ହାରିଥିଲେ ।
ଦିଲ୍ଲୀରୁ ଫେରିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଅପରାଜିତା ଷଡ଼ଙ୍ଗୀ। ଟିକେଟ ଘୋଷଣା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ଅପରାଜିତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପ୍ରଣବ ପ୍ରକାଶ । ପୁରୀରେ ପହଞ୍ଚିବା ପରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ନେତା ଓ କର୍ମୀ ପ୍ରଣବଙ୍କୁ ସ୍ଵାଗତ କରିଥିଲେ। ପରେ ପ୍ରଣବ ପ୍ରଥମେ ସିଂହ ଦ୍ବାର ଗୁମୁଟ ପ୍ରଭୂ ପତିତପାବନଙ୍କୁ ଦର୍ଶନ କରିଥଲେ। ପରେ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଦେବୀ ବିମଳା, ମା ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ ।
ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ସେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ତେବେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ସତ୍ୟବାଦୀ ଭଳି ଏକ ପୁଣ୍ୟ ମାଟିରୁ ନିର୍ବାଚନ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶ୍ରୀମନ୍ଦିର ଆସି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ସିଂହଦ୍ୱାର ନିକଟରେ ଦୁଇ ନେତା ପହଞ୍ଚିିବା ପରେ ସେବାୟତ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ ।












Click it and Unblock the Notifications