ଆଜି ଶପଥ ନେବେ ନବୀନଙ୍କ ନୂଆ ଟିମ୍
ଆଜି ଶପଥ ନେବେ ନୂଆ ମନ୍ତ୍ରୀ । ପୂର୍ବାହ୍ନ ପ୍ରାୟ 11.45 ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ଲୋକସେବା ଭବନ କନଭେନସନ ସେଣ୍ଚରରେ ନୀବନଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଠିକ ସମୟରେ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବାକୁ ନିର୍ଦ୍ଦେଶ ।
ଭୁବନେଶ୍ବର: ଆଜି ଶପଥ ନେବେ ନୂଆ ମନ୍ତ୍ରୀ । ପୂର୍ବାହ୍ନ ପ୍ରାୟ 11.45 ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ଲୋକସେବା ଭବନ କନଭେନସନ ସେଣ୍ଚରରେ ନୀବନଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଠିକ ସମୟରେ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବାକୁ ନିର୍ଦ୍ଦେଶ । ଏଥର ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିବ କିଛି ନୂଆ ମୁହଁ ଓ କିଛି ପୁରୁଣା ଚେହେରାକୁ ନେଇ ଚାଲିବ ମନ୍ତ୍ରିମଣ୍ଡଳ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶନିବାର ବାଚସ୍ପତିଙ୍କ ସମେତ 20 ମନ୍ତ୍ରୀ ଇସ୍ତଫା ଦେଇଥିଲେ ।

ତେବେ ଆଜିର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଫୋନକଲ ପାଇଥିବା ବିଧାୟକ ମାନେ ହେଲେ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ଆଳି ବିଧାୟକ ପ୍ରତାପ ଦେବ, ମହାପାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ପଶ୍ଚିମ ଓଡ଼ିଶାର ଯୁବ ନେତା ଭାବେ ଜଣାଶୁଣା ରୋହିତ ପୂଜାରୀ ।
ସେହିପରି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ବିଜେପୁର ବିଧାୟିକା ରୀତା ସାହୁ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପାଖକୁ ମଧ୍ୟ ଫୋନକଲ ଯାଇଛି । ସମସ୍ତେ ନବୀନଙ୍କ ଟିମରେ ହେବେ ସାମିଲ ।












Click it and Unblock the Notifications