ନବୀନଙ୍କ ନୂଆ ଟିମରେ 5 ମହିଳା ମନ୍ତ୍ରୀ
ମହିଳା ମନ୍ତ୍ରୀଙ୍କୁ ଦିଆ ଯାଇଛି ନୂଆ ଦାୟିତ୍ଵ। ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ 25 ପ୍ରତିଶତ ମହିଳା । ନବୀନଙ୍କ ଟିମ୍ ରେ ୫ ଜଣ ମହିଳା ରହିଛନ୍ତି।
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ହୋଇଛି ନବ କଳେବର। ଆଜି ମୋଟ 21 ଜଣ ନୂଆ ମନ୍ତ୍ରୀ ଶପଥ ପାଠ କରିଛନ୍ତି। ପୂର୍ବ ରୁ ଥିବା କିଛି ମନ୍ତ୍ରୀଙ୍କ ସମେତ କିଛି ନୂଆ ମୁହଁ ନବୀନଙ୍କ ଟିମ୍ ରେ ଦେଖିବାକୁ ମିଳିଛି।

ଏହାସହ ମହିଳା ମନ୍ତ୍ରୀଙ୍କୁ ଦିଆ ଯାଇଛି ନୂଆ ଦାୟିତ୍ଵ। ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ 25 ପ୍ରତିଶତ ମହିଳା । ନବୀନଙ୍କ ଟିମ୍ ରେ 5 ଜଣ ମହିଳା ରହିଛନ୍ତି। ପ୍ରମିଳା ମଲ୍କିକଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଷା ଦେବୀଙ୍କୁ ନଗର ଉନ୍ନୟନ ବିଭାଗ ମିଳିଛି । ଏହା ସହିତ ଟୁକୁନି ସାହୁଙ୍କୁ ମିଳିଛି ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ବିଭାଗ । ରୀତା ସାହୁ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ହୋଇଥିବା ବେଳେ ବାସନ୍ତୀ ହେମ୍ବ୍ରମ୍ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗର ଦାୟିତ୍ୱ ତୁଲାଇବେ ।
ମନ୍ତ୍ରୀ ପ୍ରମିଳା ମଲ୍ଲିକ 1990 ମସିହାରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ 2000, 2004 2009 ଏବଂ 2014ରେ ମଧ୍ୟ ନିର୍ବାଚିତ ହୋଇଥିଲେ । 2004 ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ବ ତୁଲାଇଥିଲେ ସେ ।
ଉଷା ଦେବୀ ବିଜୁ ଜନତା ଦଳ ରାଜନୈତିକ ଦଳ ସହ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ 1990 ମସିହାରେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ପାଇଁ ଜଣେ ବିଧାୟିକା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ 2000 ରୁ 5 ଥର ଲଗାତାର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଉଷା ଦେବୀ ପ୍ରଥମେ 2011 ମସିହାରେ ସୂଚନା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଟୁକୁନି ସାହୁ 2014 ଓ 2019 ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଟିଟଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏଥିସହ ବାସନ୍ତୀ ହେମ୍ବ୍ରମ ବିଜୁ ଜନତା ଦଳ ପକ୍ଷରୁ 2019 ରେ କରଞ୍ଜିଆରୁ ବିଧାନସଭାସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ପୂର୍ବରୁ କୌଣସି ମନ୍ତ୍ରୀ ପଦ ମିଳି ନଥିଲା ।
ରୀତା ସାହୁ 2018 ମସିହାରେ ବିଜେପୁର ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ତାଙ୍କ ପତି ସୁବଳ ସାହୁଙ୍କର ମୃତ୍ୟୁ ପରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ନିର୍ବାଚନରେ ସେ ବିଜୁ ଜନତା ଦଳର ପାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଏହାପରେ 20019ରେ ସେ ପୁଣି ନିର୍ବାଚିତ ହୋଇଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications