ଋଷି ସୁନକ ବ୍ରିଟେନର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ, ସାଂସଦରୁ ହେଲେ ପ୍ରଧାନମନ୍ତ୍ରୀ
ଋଷି ସୁନକ ହେଲେ ବ୍ରିଟେନର 57ତମ ପ୍ରଧାନମନ୍ତ୍ରୀ । ଜାଣନ୍ତୁ ସାଂସଦରୁ କେମିତି ଥିଲ ତାଙ୍କର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ।
ଲଣ୍ଡନ: ବ୍ରିଟେନକୁ ମିଳିଲା ନୂତନ ପ୍ରଧାନମନ୍ତ୍ରୀ । ଗତ 200 ବର୍ଷ ମଧ୍ୟରେ ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଦେଶର 57 ତମ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସୁନକଙ୍କ ରହିଛି ସଫଳ ଯାତ୍ରା । ତାଙ୍କର ସାହସ ଏବଂ ଦୃଢତା ମାଧ୍ୟମରେ ସେ ଆଜି ଶୀର୍ଷରେ ପହଞ୍ଚି ପାରିଛନ୍ତି । ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପୁଣି ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚିତ ହେଲେ ଋଷି ସୁନକ । ଋଷି ସୁନକ ଖ୍ରୀଷ୍ଟିୟାନ ବହୁଳ ବ୍ରିଟେନରେ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । କେବଳ ଏତିକି ନୁହେଁ ସେ ବ୍ରିଟେନର ପ୍ରଥମ ଅଶ୍ବେତ ପ୍ରଧାନମନ୍ତ୍ରୀ । ଏନେଇ ଭାରତରେ ଖେଳିଯାଇଛି ଖୁସିର ଲହରୀ । ଋଷି ସୁନାକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତୀୟ ବଂଶୋଦ୍ଭବ ସୁନକ
ସୁନକଙ୍କ ମାତା-ପିତା ଭାରତୀୟ। 1980 ମସିହା ମେ ମାସ 12 ତାରିଖରେ ଇଂଲଣ୍ଡର ସାଉଥମ୍ପଟନରେ ଜନ୍ମ ନେଇଥିଲେ ସେ। ଋଷି ସୁନକଙ୍କ ଜେଜେବାପା ଓ ଜେଜେ ମାଆ ଭାରତରୁ ଯାଇ ଆଫ୍ରିକାରେ ରହୁଥିଲେ । ଏହାପରେ ଋଷିଙ୍କ ପିତା ଆଫ୍ରିକାରୁ ବ୍ରିଟେନ ସ୍ଥାନାନ୍ତରିତ ହୋଇଥିଲେ । ଏହାପରେ ବିବାହ କରିଥିଲେ । ଏହାପରେ ସୁନକଙ୍କ ଜନ୍ମ ହୋଇଥିଲା ।ଭାରତର ବିଶିଷ୍ଟ ଶିଳ୍ପପତି ତଥା ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ ଋଷି । ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିବା ପରେ 2 ସନ୍ତାନଙ୍କ ପିତା ହୋଇଛନ୍ତି ସୁନକ । ଜଣେ ଧନୀ ସାଂସଦ ଭାବେ ବ୍ରିଟେନରେ ବେଶ ପରିଚିତ ଋଷି ।
Congratulations @RishiSunak on being appointed as Leader of the Conservative Party and our next Prime Minister.
You have my full support.
— Liz Truss (@trussliz) October 24, 2022
ସାଂସଦରୁ ପ୍ରଧାନମନ୍ତ୍ରୀର ଯାତ୍ରା
2015 ମସିହାରେ ଋଷି ସୁନକ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ । 2017ରେ ଦ୍ୱିତୀୟ ଥର ସାଂସଦ,2018ରେ ଥେରେସା ସରକାରରେ ମନ୍ତ୍ରୀ,2019ରେ ତୃତୀୟ ଥର ସାଂସଦ, 2019ରେ ଜନସନ ସରକାରରେ ଅର୍ଥମନ୍ତ୍ରୀ, 2022ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ସୁନକ । ଆଜି ସେ ନୂତନ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି ।












Click it and Unblock the Notifications