ବିଜେପିରେ ଯୋଗ ଦେଲେ କଣ୍ଠଶିଳ୍ପୀ ଅନୁରାଧା ପଡୱାଲ
Anuradha Paudwal joins BJP: ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ । ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ତେବେ ଆଜି ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି ।

ବିଜେପିରେ ଯୋଦେବା ପରେ ଅନୁରାଧା ପଡୱାଲ କହିଛନ୍ତି, ମୁଁ ଅତ୍ୟନ୍ତ ଖୁସି, ଆଜି ମୁଁ ସେହି ଲୋକମାନଙ୍କର ସହ ଯୋଗ ଦେଇଛି ଯେଉଁମାନେ ସନାତନ ଧର୍ମ ସହ ଗଭୀର ସମ୍ପର୍କ ରହିଛି । ଚଳଚ୍ଚିତ୍ର ସହ ମୁଁ ଅନେକ ଭକ୍ତି ଗୀତ ଗାଇଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା, ମୁଁ ସେଠାରେ ଗୀତ ଗାଇବାର ସୁଯୋଗ ପାଇ ମୋର ସୌଭାଗ୍ୟ'।












Click it and Unblock the Notifications