ନୂଆ ଟିମ ଘୋଷଣା କଲା ଯୁବମୋର୍ଚ୍ଚା: ୬ ଉପସଭାପତି, ୨ ସାଧାରଣ ସଂପାଦକ, ୬ ସଂପାଦକ ସାମିଲ
ଭୁବନେଶ୍ବର : ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।
ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଶ୍ଵଜିତ ଷଡଙ୍ଗୀ, ସଂଗ୍ରାମ ପାତ୍ର, ନିଳାଦ୍ରୀ ପାତ୍ର, ଅଙ୍କୁଶ ବର୍ମା, ସଞ୍ଜଳୀ ମୁର୍ମୁ, ପ୍ରକାଶ ମଲ୍ଲିକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ ଦୀପକ ଗୋଚ୍ଛାୟତ ଓ ସୁଜିତ୍ ସିଂହ, ରାଜ୍ୟ ସଂପାଦକ ଭାବେ ସୁବ୍ରତ ବିଶ୍ବାଳ, ଜୀବନ ରାଉତ, ଗଗନ ଓଝା, ମାନସ ସାହୁ, ଟୁଟୁନ ପାତ୍ର ଓ ପ୍ରଶାନ୍ତ ପାଇକରାୟ, କୋଷାଧ୍ୟକ୍ଷ ଭାବେ ରାଜେଶ ମହାକୁଡ ଏବଂ ସହ କୋଷାଧ୍ୟକ୍ଷ ଭାବେ ଆଶୁତୋଷ ସାହୁ, କାର୍ଯ୍ୟାଳୟ ସଂପାଦକ ଭାବେ ଆଶୁତୋଷ ବେହେରା, ଗଣମାଧ୍ୟମ ସଂଯୋଜକ ଭାବେ ସ୍ମରଜିତ୍ ମହାନ୍ତି, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି ।

ଯୁବ ମୋର୍ଚ୍ଚାର ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକ ଭାବେ ୭୭ ଜଣ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୨୯ ଜଣ, ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୩୧ଜଣଙ୍କୁ ମନୋନୀତ କରାଯାଇଛି ।












Click it and Unblock the Notifications