Lok Sabha Elections 2024: କେବେ ପ୍ରକାଶ ପାଇବ ଲୋକସଭା ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ତାଲିକା ?
Lok Sabha Election 2024: ଭାରତୀୟ ଜନତା ପାର୍ଟି ଶନିବାର ଲୋକସଭା ନିର୍ବାଚନ ପାଇଁ 195 ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା । ଦଳ ବର୍ତ୍ତମାନ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଥିବା ନେଇ ସୂଚନା ରହିଛି । ମାର୍ଚ୍ଚ ୬ରେ ବିଜେପି କୋର କମିଟିର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପଞ୍ଜାବ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ଏବଂ ବିହାରର ଅବଶିଷ୍ଟ ଆସନ ଉପରେ ଆଲୋଚନା କରାଯିବ ।

ଏହି ସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନାଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ । ସୂତ୍ର ଅନୁସାରେ, ଆଲୋଚନା ହେଉଛି ପ୍ରଥମ ତାଲିକା ପରି ଦ୍ୱିତୀୟ ତାଲିକାରେ ମଧ୍ୟ ଅନେକ ବଡ଼ ଚେହେରାଙ୍କୁ ସ୍ଥାନ ମିଳିବ ନାହିଁ । ମାର୍ଚ୍ଚ ୭ କିମ୍ବା ୮ରେ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ ପାଇପାରେ । ଏହି ତାଲିକାରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ରହିବ ।
ପ୍ରଥମ ତାଲିକା ପରି ଦଳ ଦ୍ୱିତୀୟ ତାଲିକାରେ ମଧ୍ୟ ବିବାଦୀୟ ଚେହେରାକୁ ଦୂରେଇ ରଖିବା ବୋଲି ଖବର ରହିଛି । କେସିଆରଗଞ୍ଜ ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଦଳ ଏଥର ଟିକେଟ୍ ଦେଇ ନପାରେ । କାରଣ ତାଙ୍କ ବିରୋଧରେ ମହିଳା କୁସ୍ତି ଯୋଦ୍ଧା ମାନେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ସେହିପରି ଏଥର ମେନକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କୁ ମଧ୍ୟ ହଟାଇ ଦିଆଯିବ ବୋଲି ଖବର ରହିଛି । ହେଲେ ଏନେଇ ବିଜେପି ପକ୍ଷରୁ କୌଣସି ସୂଚନା ବର୍ତ୍ତମାନ ଜାରି କରାଯାଇ ନାହିଁ । ହେଲେ ପ୍ରଥମ ତାଲିକାରେ ବିଜେପି ବିବାଦିୟ ସାଂସଦଙ୍କୁ ଟିକେଟ୍ ଦେଇ ନାହିଁ ।












Click it and Unblock the Notifications