ସିଇସି ବୈଠକରେ ଓଡ଼ିଶା ପ୍ରାର୍ଥୀ ନେଇ ଆଲୋଚନା; ସମ୍ବଲପୁରରୁ ପ୍ରାର୍ଥୀ ହୋଇପାରନ୍ତି ଧର୍ମେନ୍ଦ୍ର, କଟିପାରେ ଦୁଇ ସାଂସଦଙ୍କ ଟିକେଟ

ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ନୋମିନେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ହେଲାଣି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଚାରୋଟି ଫେଜରେ ଭୋଟ ଦେବ ଓଡ଼ିଶା।

୭ଟି ପର୍ଯ୍ୟାୟରେ ସାରା ଦେଶରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବ । ସେହିପରି ଏପ୍ରିଲ ୨୬ରେ ୨ୟ ପର୍ଯ୍ୟାୟ ମତଦାନ, ୩ୟ ପର୍ଯ୍ୟାୟ ମତଦାନ ମେ ୭ ତାରିଖରେ, ଚତୁର୍ଥ ପର୍ଯ୍ୟାୟ ମତଦାନ ମେ'୧୩, ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୨୦, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୨୫ ତାରିଖରେ ଏବଂ ଶେଷରେ ସପ୍ତମ ପର୍ଯ୍ୟାୟ ମତଦାନ ଜୁନ୍ ୧ ତାରିଖରେ ହେବ । ସେହିପରି ଜୁନ ୪ ତାରିଖରେ ମତଗଣନା କରାଯିବ। ସେହିପରି ରାଜ୍ୟରେ ମେ'୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ଭୋଟ ଦିଆଯିବ ।

ନିର୍ବାଚନକୁ ନେଇ ଘନ ଘନ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ଓଡ଼ିଶା ଏବଂ ରାଜ୍ୟର ବିଭିନ୍ନ ଆସନରୁ ପ୍ରାର୍ଥି ତାଲିକା । ବିଜେପିର ସିଇସି ବୈଠକରେ ଓଡ଼ିଶା ପ୍ରାର୍ଥୀ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜେପି ମୁଖ୍ୟାଳୟରେ ବିଳମ୍ବିତ ରାତି ଯାଏଁ ଚାଲିଲା ବୈଠକ ।

Dharmendra Pradhan

ବୈଠକ ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ୨୧ ଲୋକସଭା ଆସନ ଉପରେ ଆଲୋଚନା ହୋଇଛି । ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ୍ ଓ ଷ୍ଟାଟେଜି ନେଇ ଆଲୋଚନା ହୋଇଛି ।

ତେବେ ଜାତୀୟ ଗଣମାଧ୍ୟମ ସଂସ୍ଥାରୁ ସୂଚନା ଅନୁଯାୟୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ଏହାବ୍ୟତୀତ ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ମିଳିପାରେ । ତେବେ ବୈଠକରେ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ଆନ୍ଧ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ ଇତ୍ୟାଦି ରାଜ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି । ସେହିପରି ଦୁଇ ସାଂସଦଙ୍କ ଟିକେଟ ବି କଟିପାରେ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+