ବିଜେଡିରେ ସାମିଲ ହେଲେ ବରପାଲି ଏନଏସି ଅଧ୍ୟକ୍ଷଙ୍କ ସମେତ ଶତାଧିକ ବିଜେପି କର୍ମୀ
ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ବରଗଡ଼ ଜିଲ୍ଲା ନିର୍ବାଚନମଣ୍ତଳୀ ଅନ୍ତର୍ଗକ ବରପାଲି ଏନଏଲି ଅଧ୍ୟକ୍ଷ ଦୀନେଶ ଗହିର ଏବଂ ବିଜେପୁର ଏନଏସସି ୪ ନମ୍ବର ୱାର୍ଡର କାଉନସିଲର ଦୀପକ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ । ଆଜି ଶଙ୍ଘଭବନ ଠାରେ ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଥିବା ନେଇ ସୂଚନା ରହିଛି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ବପପାଲି ଏନଏସି ଅଧ୍ୟକ୍ଷ ଏବଂ ବିଜେପି କର୍ମୀ ବିଜେଡିରେ ଯୋଗ ଦେବା ଫଳରେ ଦଳୀୟ ସଂଗଠନ ଆଗକୁ ଆହୁରି ବଜଭୂତ ହେବ ।ସେହିପରି ବରପାଲି ଏନଏସି ଅଧ୍ୟକ୍ଷ ଏବଂ ବିଜେପି କର୍ମକର୍ତ୍ତା କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆମେ ଦଳରେ ଯୋଗ ଦେଲୁ । ଆଗକୁ ଦଳ ପାଇଁ ଭଲ କାର୍ଯ୍ୟ କରିବୁ ।

ଏହି ମିଶ୍ରଣ ପର୍ବରେ ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ସୁଧୀର କୁମାର ସାମଲ ଉପସ୍ଥିତ ଥିଲେ । ତେବେ ବିଜେପୁର ବ୍ଲକର ତାରାଚନ୍ଦ୍ର, ସୁଶାନ୍ତ ବାରିକ, ଆଲୋକ କୁମାର ସାହୁ, କୈଳାସ ସାହୁ ପ୍ରମୁଖ ବିଜେଡିରେ ଯୋଗେ ଦେଇଥିବା ନେଇ ଖବର ରହିଛି ।












Click it and Unblock the Notifications