Get Updates
Get notified of breaking news, exclusive insights, and must-see stories!

Surat LokSabha Election 2024: ବିନା ନିର୍ବାଚନରେ ସୁରଟ ହାତେଇଲା ବିଜେପି, ଜାଣନ୍ତୁ କଣ ରହିଛି ପୂରା ଘଟଣା

Surat LokSabha Election 2024: ନା ହୋଇଛି ନିର୍ବାଚନ, ନା ଭୋଟ୍ ଗଣତି । ନିର୍ବାଚନ ବିନା ଗୋଟିଏ ଆସନ ହାତେଇ ନେଇଛି ବିଜେପି । ଆଜି ସାରା ଦେଶରେ ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ । ନିର୍ବାଚନ ନ ହୋଇ କେହି କେମିତି ଜିତି ପାରିବ ସେ ନେଇ ଦ୍ୱନ୍ଦରେ ରହୁଥିବେ । ଏମିତି ହୋଇଛି ଗୁଜୁରାଟର ସୁରଟ ଆସନରେ ।

Surat - bjp-won

ତେବେ ଆସନ୍ତୁ, ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା ।

ବିନା ନିର୍ବାଚନ ଏବଂ ଗଣତିରେ ଖାତା ଖୋଲିଛି ବିଜେପି । କୌଣସି ପ୍ରତିଦ୍ୱନ୍ଦିତା ନ କରି ସଂସଦକୁ ନିର୍ବାଚିତ ହୋଇଛନ୍ତି ଗୁଜରାଟ ସୁରତର ବିଜେପି ପ୍ରାର୍ଥୀ ମୁକେଶ ଦଲାଲ । ନିର୍ଦ୍ୱନ୍ଦ୍ୱରେ ସେ ସୁରତ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି ।

ଘଟଣା ଏମିତି ହୋଇଛି କି, କଂଗ୍ରେସ ଏଠାରେ ନିଲେଶ କୁମ୍ଭାନିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ନାମାଙ୍କନ ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ ହୋଇଥିଲା । ଏହା ପରେ ଅନ୍ୟ ସମସ୍ତ ପ୍ରାର୍ଥୀ ମଧ୍ୟ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ । ଫଳରେ ମୁକେଶ ଏକମାତ୍ର ପ୍ରାର୍ଥୀ ଭାବେ ସୁରତ ଆସନରୁ ବିଜୟୀ ଘୋଷଣା ହୋଇଛନ୍ତି । ମେ' 7 ରେ ଏଠାରେ ନିର୍ବାଚନ ହେବାର ଥିଲା । ନିଲେଶଙ୍କ ବ୍ୟତୀତ କଂଗ୍ରେସର ବଦଳ ପ୍ରାର୍ଥୀ ଭାବେ ସୁରେଶ ପଡସାଲାଙ୍କ ପ୍ରାର୍ଥିପତ୍ର ମଧ୍ୟ ନାକଚ ହୋଇଛି ।

ଏହା ପରେ ଏପରି ବିଜୟକୁ ନେଇ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ଆଣିଥିଲା କଂଗ୍ରେସ । କଂଗ୍ରେସ ନେତା ଜୟରାମ ଆଜି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, "ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ଦେଖି ବିଜେପି ଭୟଭୀତ। ତେଣୁ ସୁରତ ଲୋକସଭା ଆସନରେ ବିଜେପି ମ୍ୟାଚ୍‌ ଫିକ୍ସିଂ ପାଇଁ ଉଦ୍ୟମ କରିଛି।

ନିଲେଶଙ୍କ ସତ୍ୟପାଠରେ ବିସଙ୍ଗତି ଦେଖାଯାଇଥିଲେ ମଧ୍ୟ ସେ ତାଙ୍କର 3 ପ୍ରସ୍ତାବକଙ୍କୁ ମଧ୍ୟରୁ ଜଣଙ୍କୁ ବି ନିର୍ବାଚନ ଅଧିକାରୀଙ୍କ ପାଖରେ ହାଜର କରାଇ ପାରି ନଥିଲେ । ନିଲେଶଙ୍କ ନାମାଙ୍କନ ପତ୍ରରେ ଥିବା 3 ପ୍ରସ୍ତାବକଙ୍କ ଦସ୍ତଖତରେ ବିସଙ୍ଗତି ରହିଥିବା ବିଜେପି ଅଭିଯୋଗ କରିଥିଲା ।

ନିଲେଶଙ୍କ ନାମାଙ୍କନ ରଦ୍ଦ ସମ୍ପର୍କରେ ରିଟର୍ଣ୍ଣିଂ ଅଫିସର ସୌରଭ ପାରଧି କହିଥିଲେ, କୁମ୍ଭାନି ଓ ପାଡସାଲା ଦାଖଲ କରିଥିବା 4ଟି ନାମାଙ୍କନ ଫର୍ମକୁ ରଦ୍ଦ କରି ଦିଆଯାଇଛି । କାରଣ ପ୍ରଥମ ଦେଖାରେ ହିଁ ସେମାନଙ୍କ ପ୍ରସ୍ତାବକଙ୍କ ଦସ୍ତଖତରେ ବିସଙ୍ଗତି ଦେଖାଯାଇଥିଲା । ଏହା ଉପଯୁକ୍ତ ବା ପ୍ରକୃତ ଦସ୍ତଖତ ବୋଲି ଅନୁମେୟ ହୋଇ ନଥିଲା । ଏଥିସହ ପ୍ରସ୍ତାବକମାନେ ସେମାନଙ୍କ ସତ୍ୟପାଠରେ କହିଥିଲେ ଯେ ସେମାନେ ନିଜେ ଫର୍ମରେ ଦସ୍ତଖତ କରି ନାହାନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୁମ୍ଭାନିଙ୍କ 3 ପ୍ରସ୍ତାବକ ତାଙ୍କର ସମ୍ପର୍କୀୟ । ପ୍ରସ୍ତାବକମାନେ ଦସ୍ତଖତ ବିରୋଧରେ ସତ୍ୟପାଠ ଦେବାରୁ ଏହା ଉପରେ ଜବାବ ରଖିବାକୁ ନିଲେଶ କୁମ୍ଭାନିଙ୍କୁ ଗୋଟିଏ ଦିନର ସମୟ ମିଳିଥିଲା । ସେ ନିର୍ବାଚନ ଅଧିକାରୀଙ୍କ ପାଖକୁ ନିଜର ଓକିଲଙ୍କୁ ଧରି ଆସିଥିଲେ । ହେଲେ ଜଣେ ହେଲେ ବି ପ୍ରସ୍ତାବକ ତାଙ୍କ ସହ ଆସି ନଥିଲେ । କୁମ୍ଭାନି ଓ ଆଇନଜୀବୀ ବାବୁ ମଙ୍ଗୁକିୟା ଅଭିଯୋଗ କରିଛନ୍ତି ଯେ 3 ପ୍ରସ୍ତାବକୁ ଅପହରଣ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+