ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି: ପୃଥୀରାଜ ହରିଚନ୍ଦନ

ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦିନେ ଦୁଇ ଦିନରେ ତାଲିକା ଆସିପାରେ ବୋଲି ବିଜେପି ନେତା ପୃଥୀରାଜ ହରିଚନ୍ଦନ ।

ସେ କହିଛନ୍ତି ଯେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ । ସବୁ ସିଟ ଉପରେ ତର୍ଜମା ଓ ସମୀକ୍ଷା ସରିଛି । କେବଳ ସିଇସି ମୋହର ବାକି ଅଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଆଧାରରେ ପ୍ରାର୍ଥୀ ଘୋଷଣା ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଏନେଇ ଆଜି ବସିବ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ସବୁ ସିଟ୍ ଉପରେ ତର୍ଜମା, ସମୀକ୍ଷା ଶେଷ ହୋଇଛି କେବଳ ସିଇସି ମୋହର ବାକି ଅଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଉପରେ ଆଧାର କରି ପ୍ରାର୍ଥୀ ଘୋଷଣା ହେବ ବୋଲି କହିଲେ ପୃଥୀରାଜ ହରିଚନ୍ଦନ ।

ସୂଚନାଯୋଗ୍ୟ ଯେ ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି ।

ବିଧାନସଭା ପ୍ରାର୍ଥୀ ତାଲିକା ସହ ବାକିଥିବା ୩ ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବାର ଅଛି ।

ପୂର୍ବରୁ ଓଡିଶା ପାଇଁ ବିଜେପି କେବଳ ୧୮ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଗତକାଲି ବିଜେଡି ୭୩ ବିଧାନସଭା ଓ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଏହାକୁ ଲକ୍ଷ୍ୟ କରି ବିଜେପି ବି ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଘୋଷଣା ଏବେ ଜୋରସୋର ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+