ପ୍ରାରମ୍ଭିକ ଫଳାଫଳ:ୟୁପି, ଉତ୍ତରଖଣ୍ଡ, ମଣିପୁରରେ ବିଜେପି ଏବଂ ପଞ୍ଜାବରେ ଆମ ଆଦମୀ
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଫଳାଫଳ ଅନୁସାରେ ଉତ୍ତର ପ୍ରଦେଶ, ଉତ୍ତରଖଣ୍ଡ ଏବଂ ମଣିପୁରରେ ବିଜେପି ପୁଣି ଥରେ କ୍ଷମତା ଦଖଲ କରିବା ବୋଲି ପ୍ରାୟ ସ୍ପଷ୍ଟ ହୋଇଛି। ସବୁଠାରୁ ମହତ୍ଵପୂର୍ଣ ସାବ୍ୟସ୍ତ ହୋଇଛି ପଞ୍ଜାବରେ। ଶାସକ କଂଗ୍ରେସକୁ ଏହି ନିର୍ବାଚନରେ ଜୋରଦାର ଝଟକା ଲାଗିଛି। ଦଳର ନେତୃତ୍ଵ ନେଉଥିବା ନବଜୋତସିଂହ ସିଦ୍ଧୁ ଏହି ନିର୍ବାଚନରେ ଦଳକୁ ବୁଡାଇବା ସହ ନିଜେ ମଧ୍ୟ ବୁଡିଯାଇଛନ୍ତି। ସିଦ୍ଧୁ ନିଜେ ଅମୃତସର ଆସନରେ 3ୟ ସ୍ଥାନରେ ରହି ଦଳ ପାଇଁ ଲଜ୍ଜାଜନକ ପରିସ୍ଥିତି ଆଣିଛନ୍ତି।

ଗୋଆରେ ପ୍ରାରମ୍ଭିକ ଫଳାଫଳ ଅନୁସାରେ କୌଣସି ଦଳ ସ୍ପଷ୍ଟ ବହୁମତ ଆଣିବା ନେଇ ଅନିଶ୍ଚିତତା ଦେଖାଦେଇଛି। କଂଗ୍ରେସ ଏବଂ ବିଜେପି କଡା ଟକ୍କର ହୋଇଥିବା ବେଳେ ମହାରାଷ୍ଟ୍ର ଗୋମନ୍ତକ ପାର୍ଟି ଏବଂ ଅନ୍ଯାନ୍ଯ ଦଳ ଗୋଟିଏ ଦୁଇଟି ଆସନରେ ଆଗୁଆ ରହିଛନ୍ତି। ସମୁଦାୟ 13 ରାଉଣ୍ଡ ପର୍ଯ୍ୟନ୍ତ ମତ ଗଣନା ହେବାକୁ ଥିବା ବେଳେ ସକାଳ 9ଟା ସୁଦ୍ଧା କେବଳ ଗୋଟିଏ ପର୍ଯ୍ୟାୟର ଫଳାଫଳ ଆସିଛି।












Click it and Unblock the Notifications