ବିଜେପିର ଦ୍ୱିତୀୟ ତାଲିକା ହେଲା ଫାଇନାଲ୍: ରହିଛି ୯୦ ଜଣଙ୍କ ନାଁ !

BJP 2nd Candidate List: ଲୋକସଭା ନିର୍ବାଚନ ପାଇଁ ବଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ଏହାର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଚୂଡାନ୍ତ କରିଛି । ବିଜେପି ନିର୍ବାଚନ କମିଟି ଏହି ତାଲିକାରେ ପ୍ରାୟ ୯୦ ନେତାଙ୍କ ନାଁ ରହିଛି । ଏହି ବୈଠକରେ ଗୁଜୁରାଟର ୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ବିଜେପି ନିର୍ବାଚନ କମିଟି ସ୍ଥିର କରିଛି। ଏହା ସହିତ ମଧ୍ୟପ୍ରଦେଶର ଅବଶିଷ୍ଟ ୫ଟି ଆସନ ମଧ୍ୟରୁ ୪ ଜଣ ପ୍ରାର୍ଥୀଙ୍କ ନାମ ଉପରେ ମଧ୍ୟ ଚୁକ୍ତି ହୋଇଛି।

BJP 2nd Candidate List

ସୂଚନାଥାଉ ଯେ, ଲୋକସଭା ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ବିଜେପି ୧୯୫ଟି ଆସନ ପାଇଁ ନାମ ଘୋଷଣା କରିସାରିଛି, ସେଥିମଧ୍ୟରୁ ୨ ଜଣ ପ୍ରାର୍ଥୀ ନିର୍ବାଚନ ଦୈଡ଼ରୁ ବାଦ ପଡିଛନ୍ତି । ଦଳର ନିର୍ବାଚନ କମିଟି ଦ୍ୱାରା ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ଖୁବ୍ ଶୀଘ୍ର ଏନେଇ ଘୋଷଣା କରାଯାଇପାରେ ।

ବିଜେପି ନିର୍ବାଚନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦଳର ସଭାପତି ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରହଲ୍ଲାଦ ଯୋଶୀ, ନିତ୍ୟାନନ୍ଦ ରାୟ, ସାଂସଦ ସୁଶୀଲ ମୋଦୀ, ସିଆର୍ ପାଟିଲ ମଧ୍ୟ ସାମିଲ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+