ପୋଲିସ ଡିଜି, କମିଶନର ଓ ଡିସିପିଙ୍କ ନାଁରେ ଏତଲା ଦେବ ବିଜେପି
ପୋଲିସ ବିରୋଧରେ ଥାନାରେ ଏତଲା ଦେବ ବିଜେପି । ଆସନ୍ତାକାଲି ସବୁଥାନାରେ ପୋଲିସ ଡିଜି, ଟୁଇନ ସିଟି କମିଶନର, ଡିସିପିଙ୍କ ନାଁରେ ଏତଲା ଦେବ ରାଜ୍ୟ ବିଜେପି ।

ଭୁବନେଶ୍ୱର: ପୋଲିସ ବିରୋଧରେ ଥାନାରେ ଏତଲା ଦେବ ବିଜେପି । ଆସନ୍ତାକାଲି ସବୁଥାନାରେ ପୋଲିସ ଡିଜି, ଟୁଇନ ସିଟି କମିଶନର, ଡିସିପିଙ୍କ ନାଁରେ ଏତଲା ଦେବ ରାଜ୍ୟ ବିଜେପି । ଯଦି ପୋଲିସ ଏତଲା ନ ରଖିବ, ତେବେ ସବୁ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।
ସେ କହିଛନ୍ତି, ଆସନ୍ତାକାଲି ସବୁ ଥାନାରେ ପୋଲିସ୍ ଡିଜି, ଟୁଇନ ସିଟି କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନାଁରେ ଏତଲା ଦିଆଯିବ। ଏହାସହ ୪ ତାରିଖରେ ରାଜ୍ୟର ସବୁ ଏସପି ଅଫିସ ଆଗରେ ଦଳ ବିକ୍ଷୋଭ ଓ ପ୍ରତିବାଦ କରିବ ।
ଉଲ୍ଲେଖଯୋଗ୍ୟ, ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ ମାମଲାରେ ପୋଲିସ କର୍ମଚାରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ସରକାରଙ୍କ ହାତବାରିସୀ ସାଜି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ମାଡ଼ ମାରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଏତଲା ଦିଆଯିବା ସହ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା ବିଜେପି। ମାତ୍ର ୨୪ ଘଣ୍ଟା ବିତିବା ପରେ ବି କ୍ୟାପିଟାଲ ଥାନା ମାମଲା ରୁଜୁ କଲା ନାହିଁ। ତେଣୁ ଏହାର ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଲୋୟର୍ ପିଏମଜିରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।












Click it and Unblock the Notifications