ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ୨୩ ବର୍ଷର ସରକାର ରାଜ୍ୟରେ ବିକାଶ ନୁହେଁ ବିନାଶ ଦେଇଛି ବୋଲି କହିଛି ବିଜେପି। ରାଜ୍ୟରେ ଦୁର୍ନୀତି ଅନବରତ ଚାଲିଛି। ଯେଉଁମାନେ ନବ ଦାସଙ୍କ ହତ୍ୟା ପଛରେ ସାମିଲ ଥିଲେ, ସେମାନେ ଆଜି ପୁଣି ସାଧାରଣ ଲୋକ ଯିଏ ସତ କହୁଛି ତାହା ଉପରେ ଏମାନେ ଆକ୍ରମଣ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ବିଜେପି କହିଛି, ଯାଜପୁର ଜିଲ୍ଲା ଆରଟିଆଇ ଆକ୍ଟିଭିଷ୍ଟ ତଥା ବିଜେପି କାର୍ଯ୍ୟକର୍ତା ସର୍ବେଶ୍ୱର ବେହୁରା ଲଗାତାର ୧୫ ବର୍ଷ ଧରି ବିଭିନ୍ନ ପ୍ରସଙ୍ଗରେ ସତକଥା ପଦାକୁ ଆଣିଛନ୍ତି। ତାଙ୍କ କାମର ସଫଳତା ଓଡିଶା ଦେଖିଛି। ମାତ୍ର ବେଆଇନ ଖନନ ଏବଂ ଆନ୍ୟନ୍ୟ ଦୁର୍ନୀତିକୁ ଯେତେବେଳେ ସର୍ବେଶ୍ୱର ବେହୁରା ଆଣିଲେ ସେତେବେଳେ ତାଙ୍କ ଉପରେ ଆକ୍ରମଣ ହେଉଛି ବୋଲି ବିଜେପି କହିଛି।

ଦଳ ଆହୁରି କହିଛି, ରାଜ୍ୟର ଜମି,ପାଣି,ଜଙ୍ଗଲ,ଖଣିଜକୁ ବେଆଇନ ଭାବେ ବିକ୍ରି କରିଦେଇ ବିଜେଡ଼ିର ମନ୍ତ୍ରୀ ଓ ନେତା ଉଇ ଭଳି ଓଡିଶାକୁ ଖାଇଗଲେଣି। ରାଜ୍ୟର ଶାସନ ଡୋରୀ କାହା ହାତରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ନିଜ ଅପାରଗତା ଓ ଦୁର୍ନୀତିଖୋର ଭାବମୁର୍ତିରୁ ନିଜକୁ ବଂଚାଇବା ପାଇଁ ବର୍ତମାନ 'ଆକ୍ରୋଶମୁଳକ ରାଜନୀତି'କୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡ଼ି।
୨୦୨୧ ମସିହାରେ ମଧ୍ୟ ତାଙ୍କ ଉପରେ ବୋମା ଆକ୍ରମଣ ହୋଇଥିଲା। ୨୦୨୦ରେ ମଧ୍ୟ ସର୍ବେଶ୍ୱର ବେହୁରା ମାମୁ ଭଣଜା ଘାଇକୁ ପଦାକୁ ଆଣିଥିଲେ ଯାହା ପାଇଁ ତାଙ୍କର ପୂର୍ବରୁ ଆକ୍ରୋଶ ରହିଥିଲା। ତେଣୁ ଏକ ଛୋଟ କଥାରେ ତାଙ୍କୁ ଜେଲ ପଠାଇବା ଏକ ଅସହିଷ୍ଣୁତା ବୋଲି ଜଣାପଡୁଛି ପ୍ରେସ ମିଟରେ କହିଛି ବିଜେପି।












Click it and Unblock the Notifications