Get Updates
Get notified of breaking news, exclusive insights, and must-see stories!

ମେନକା ଏବଂ ବରୁଣ ଗାନ୍ଧୀଙ୍କ ଅନୁପସ୍ଥିତି: ସୁଲତାନପୁର ଓ ପିଲଭିଟ ଅଞ୍ଚଳ ଦଖଲ କଲା ବିଜେପି

ଲକ୍ଷ୍ନୋ: ଉତ୍ତର ପ୍ରଦେଶ ନିର୍ବାଚନୀ ଫଳାଫଳର ଭିଡ ମଧ୍ୟରେ ଗୋଟିଏ ପରିବାର ଦୂରେଇ ରହିଥିଲା। ଦଳର ବରିଷ୍ଠ ନେତ୍ରୀ ମେନକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀ। ରାଜ୍ୟରେ ନିର୍ବାଚନ ଡଙ୍କା ବାଜିବାର ଠିକ ପୂର୍ବରୁ ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଷ୍ଟାର ପ୍ରଚାର ତାଲିକାରୁ ବାଦ ପଡିଥିଲେ ମା, ପୁଅ। ଉତ୍ତର ପ୍ରଦେଶର ସୁଲତାନପୁର ଏବଂ ପିଲଭିତ ଲୋକସଭା ଆସନ ଅଞ୍ଚଳରୁ ପ୍ରତିନିଧିତ୍ଵ କରୁଥିବା ସଞ୍ଜୟ ଗାନ୍ଧୀଙ୍କ ଏହି ପରିବାର ବିଜେପି ପ୍ରଚାରରୁ ଦୂରେଇ ରହିଥିବା ଦେଖା ଦେଇଥିଲା। ତଥାପି, ଏହି ସବୁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଛି।

barun gandhi

ପ୍ରଚାର ଟିମରୁ ଏମାନଙ୍କୁ କାହିଁକି ଦୂରେଇ ରଖିଥିଲା ବିଜେପି ସେନେଇ ଦଳ ପକ୍ଷରୁ କୌଣସି ଯଥାର୍ଥତା ପ୍ରତିପାଦନ କରାଯିବା ଆବଶ୍ୟକ ପଡିଲା ନାହିଁ, କାରଣ କିଛି ମାସ ଧରି ବରୁଣ ଗାନ୍ଧୀଙ୍କ ବୟାନବାଜି ରାଜ୍ୟରେ ସର୍ବଜନ ବିଦିତ ଥିଲା। ଲଖିମପୁର ଖେରୀ ମାମଲାରେ ବିଜେପି ହରଡଘଣାରେ ପଡିଥିବା ବେଳେ ରାଜ୍ୟର ଯୋଗୀ ସରକାରକୁ ଖୋଲା ଖୋଲି ସମାଲୋଚନା କରିଥିଲେ ବରୁଣ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବରୁଣ ଚାଷୀଙ୍କ ପ୍ରତି ସମବେଦନା ଜଣାଉଥିବା କହିଥିଲେ। ମେନକାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ସୁଲତାନପୁର ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ।

barun gandhi bjp

ସୁଲତାନପୁର, ସାଦର, ଲମ୍ବହୁଆ ଏବଂ କାଦିପୁର । ଏଠାରେ ବିଜେପି ସମସ୍ତ ଆସନରେ ବିଜୟୀ ହୋଇ ଦୁଇ ଗାନ୍ଧୀ ନେତାଙ୍କୁ ମେସେଜ ଦେଇଛିଯେ, ଲୋକଙ୍କ ସମର୍ଥନ କୌଣସି ବ୍ୟକ୍ତିଙ୍କ ଆଚରଣ ବା ଉଚ୍ଚାରଣରେ ନିର୍ଭର କରୁନି। ପିଲଭିତରେ ବରୁଣ ଗାନ୍ଧୀ ସାଂସଦ ଅଛନ୍ତି । ଏହି ଲୋକସଭା କ୍ଷେତ୍ରରେ ରହିଥିବା ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି: ବାହେରୀ, ପିଲିବିଟ୍, ବାରଖେରା, ବିସଲପୁର ଏବଂ ପୁରାଣପୁର । ଏଠାରେ ସମସ୍ତ ଆସନରେ ବିଜୟ ଧ୍ଵଜା ଉଡାଇଛି ବିଜେପି।

ଗତ ଲୋକସଭା ନିର୍ବାଚନରେ ପାଞ୍ଚ ଲକ୍ଷ ଭୋଟ ବ୍ୟବଧାନରେ ଜିଣିଥିଲେ:

ଉଭୟ ମନେକା ଏବଂ ବରୁଣଙ୍କର ପିଲିଭିଟ ତଥା ସୁଲତାନପୁରରେ ବିଶାଳ ଭୋଟ ବେସ ରହିଛି। 2014 ଏବଂ 2019 ସାଧାରଣ ନିର୍ବାଚନରେ ​​ମା-ପୁଅ ଯୋଡ଼ି ପାଞ୍ଚ ଲକ୍ଷରୁ ଅଧିକ ଭୋଟ ପାଇ ବିଶାଳ ବ୍ୟବଧାନରେ ଜିତିଥିଲେ। ତେବେ ଚଳିତ ବର୍ଷର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ଉଭୟ କାର୍ଯ୍ୟରେ ନିଖୋଜ ଥିଲେ।

ଜାତୀୟ କାର୍ଯ୍ୟନିର୍ବାହୀ, ତାରକା ପ୍ରଚାରକମାନଙ୍କ ତାଲିକାରୁ ଡ୍ରପ୍:
2022 ବିଧାନସଭା ନିର୍ବାଚନର ମାସକ ପୂର୍ବରୁ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମେନକା ଏବଂ ବରୁଣଙ୍କୁ ଅକ୍ଟୋବର 2021 ରେ ଦଳର ଜାତୀୟ କାର୍ଯ୍ୟନିର୍ବାହୀ କମିଟିରୁ ବରଖାସ୍ତ କରାଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଲଖିମପୁର ଖେରୀ ଘଟଣାରେ ବରୁଣ ଗାନ୍ଧୀଙ୍କ ଟ୍ୱିଟ ହେବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+