'ପରୀ' ହତ୍ୟା ମାମଲା : 'ନୟାଗଡ଼ ଗଳୀରୁ ଆରମ୍ଭ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ହେବ'
ପରୀ ହତ୍ୟା ମାମଲାରେ ଯୁଦ୍ଧ ନୟାଗଡର ଏକ ଗଳିରୁ ଆରମ୍ଭ ହୋଇ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରାଯିବ । ଟ୍ୱିଟ କରି ଏହି କଥା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ।
ଭୁବନେଶ୍ୱର : ପରୀ ହତ୍ୟା ମାମଲାରେ ଯୁଦ୍ଧ ନୟାଗଡର ଏକ ଗଳିରୁ ଆରମ୍ଭ ହୋଇ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରାଯିବ । ଟ୍ୱିଟ କରି ଏହି କଥା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର । ଆଜି ଏହି ହତ୍ୟା ମାମଲାକୁ ନେଇ ସେ କରିଥିବା ଟ୍ୱିଟ୍ ରେ କହିଛନ୍ତି ସମଗ୍ର ମାମଲାରେ ବାବୁଲି ନାମକ ଗୁଣ୍ଡାର ନାମ ନିଆଯାଉଛି । କିନ୍ତୁ ମନ୍ତ୍ରୀ ଅରୁଣ ସାହୁ ତାକୁ ସୁରକ୍ଷା କରୁଛନ୍ତି ।

ଅରୁଣ ସାହୁଙ୍କ ଭଳି ନେତାଙ୍କୁ ପୁଲିସ ଜେଲରେ ରଖିବା ଦରକାର ବୋଲି ସେ କହିଛନ୍ତି । ମୋ ହୃଦୟ ଦୁଃଖ ଓ କ୍ରୋଧରେ ଭରିଯାଉଛି । ନୟାଗଡ଼ରେ ଏହା କି ପ୍ରକାର ଗୁଣ୍ଡାରାଜ ଚାଲିଛି । ଯେଉଁଠି ଏକ ନିରୀହ ଝିଅ ପ୍ରତି ଏଭଳି ନିଷ୍ଠୁରତା କରାଯାଇଛି ଏବଂ ପୋଲିସ ଓ ରାଜ୍ୟ ସରକାର ନିରବ ଦର୍ଶକ ସାଜିଛନ୍ତି ବୋଲି ଟ୍ୱିଟରେ ଲେଖିଛନ୍ତି ସମ୍ବିତ ।
ଗତ ଜୁଲାଇ ୧୪ ତାରିଖରେ ପୁରୀ ଲୋକସଭା ଅନ୍ତର୍ଗତ ନୟାଗଡ଼ ବିଧାନସଭାର ଯଦୁପୁର ଗାଁର ୫ ବର୍ଷିୟ ଝିଅ 'ପରି'ର ଅପହରଣ ହୋଇଥିଲା। ଏହାର ୧୦ ଦିନ ପରେ ତାଙ୍କ ଘର ପଛରୁ ପରିର ୧୪-୧୫ଟି ହାଡ଼ ମିଳିଥିଲା ଏବଂ ବାକି ସବୁକୁ କୌଣସି କେମିକାଲରେ ପୋଡ଼ି ଦିଆଯାଇଥିଲା। କିନ୍ତୁ ପୋଲିସ ଏହି ଜଘନ୍ୟ ଅପରାଧ ବିରୋଧରେ କୌଣସି ପଦକ୍ଷେପ ନେଇନାହିଁ। pic.twitter.com/D2cEi5lIuk
— Sambit Patra (@sambitswaraj) November 28, 2020
ସୂଚନାଥାଉକି, ଏହି ହତ୍ୟା ମାମଲାରେ ରାଜ୍ୟ ସରକାର ଏସଆଇଟି ଟମ୍ ଗଠନ କରିଛନ୍ତି । ଯେଉଁଥିରେ ମୁଖ୍ୟ ଅଛନ୍ତି ଆଇଜି ଅରୁଣ ବୋଥ୍ରା ।












Click it and Unblock the Notifications