ପରୀ ହତ୍ୟାକାଣ୍ଡରେ ବିଜେପିର ତୀବ୍ର ଆଭିମୁଖ୍ୟ, ରାଜ୍ୟର ସମସ୍ତ ମନ୍ଦିରରେ ଦୀପ ଦାନ ଅଭିଯାନ
ଆଜିଠୁ ଆସନ୍ତା ୧୨ ପର୍ଯ୍ୟନ୍ତ ରାଜ୍ୟର ଗାଁ ଠୁ ସହର ସମସ୍ତ ମନ୍ଦିରରେ ଦୀପ ଦାନ କରାଯିବ ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡରେ ଆହୁରି ତୀବ୍ର ହେଲା ବିଜେପିର ଆଭିମୁଖ୍ୟ । ଆଜିଠୁ ଆସନ୍ତା ୧୨ ପର୍ଯ୍ୟନ୍ତ ରାଜ୍ୟର ଗାଁ ଠୁ ସହର ସମସ୍ତ ମନ୍ଦିରରେ ଦୀପ ଦାନ କରାଯିବ ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ପଡିଛି । ନୟାଗଡର ନାବାଳିକା ହତ୍ୟା ଏବଂ ବିଗତ ୨ ଦିନ ତଳେ ବିଜେପି ନେତା କୁଳମଣି ବରାଳଙ୍କୁ ବିଭତ୍ସ ଭାବେ ହତ୍ୟା ରାଜ୍ୟ ସରକାରଙ୍କ ହିଂସା ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ । ସେହିପରି ପିଲା ଚୋରି ଏବଂ ଅଙ୍ଗ ତସ୍କରୀ ଗ୍ୟାଙ୍ଗକୁ ବିଜେଡିର ନେତା ମାନେ ପୋତ୍ସାହନ ଦେଉଛନ୍ତି । ଏହା ଫଳରେ ରାଜ୍ୟରୁ ଗତ ୨ ବର୍ଷରେ ରାଜ୍ୟରୁ ୫୫୦୦ ଶିଶୁ ଏବଂ ବିଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି ବୋଲି ସେ କହିଛନ୍ତି ।
ତେବେ ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ରାଜ୍ୟର ଗାଁ ଠୁ ସହର ସମସ୍ତ ମନ୍ଦିରରେ ଦୀପ ଦାନ କରାଯିବା ସହ ସାଧାରଣ ଲୋକଙ୍କ ଘରେ ପହଞ୍ଚି ସରକାରଙ୍କ ଅପାରଗତା ସଂପର୍କରେ ଅବଗତ କରାଯିବ । ଆଗାମୀ ୧୨ରୁ ୧୫ ପର୍ଯ୍ୟନ୍ତ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରାଯିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।












Click it and Unblock the Notifications