ବିଜେପିର ୨୦୨୪ ରଣନୀତି: ଆମ ପାଖରେ ଧାମନଗର ମଡେଲ ଅଛି- ଧର୍ମେନ୍ଦ୍ର ପ୍ରଧାନ
ବିଜେପିର ୨୦୨୪ ରଣନୀତି: ଆମ ପାଖରେ ଧାମନଗର ମଡେଲ ଅଛି- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ବିଜେପିର ପ୍ରସ୍ତୁତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ କ୍ଷେତ୍ରୀୟ ପ୍ରଭାରି ସୁନୀଲ ବଂଶଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଭାରୀ, ବିଧାୟକ ଏବଂ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ ।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ବଡ଼ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି, ବିଜେଡି ପାଖରେ ପଦ୍ମପୁର ମଡେଲ ଥିଲା ବେଳେ ବିଜେପି ପାଖରେ ଧାମନଗର ମଡେଲ ରହିଛି । ଧାମନଗର ଓ ପଦ୍ମପୁର ବିଜେପିକୁ ଅନେକ ଶିକ୍ଷା ଦେଇଛି । ଆଗାମୀ ଦିନରେ ରାଜ୍ୟ ସରକରାଙ୍କ ଅପାରଗତା, ସ୍ଥାଣୁତା, ଏବଂ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ । ସେହିପରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି 'ବିଜେଡିର ପଦ୍ମପୁର ମଡେଲ୍ ହେଉଛି ଭ୍ରଷ୍ଟାଚାର ମଡେଲ୍ ।
ସେପଟେ ବିଜେପିକୁ ଟାର୍ଗେଟ୍ କରି ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, ନବୀନ ଲୋକଙ୍କ ହୃଦୟରେ ଅଛନ୍ତି । ତାକୁ ଆଧାର କରି ନିର୍ବାଚନ ଲଢିବ ବିଜୁ ଜନତା ଦଳ । କୌଣସି ମଡେଲକୁ ବିଶ୍ୱାସ କରେ ନାହିଁ ବିଜେଡି । କିଏ କ'ଣ ମଡେଲ ପ୍ରସ୍ତୁତ କଲେ ସେଥିରେ ଆମର କିଛି ଯାଏ ଆସେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହା ସହିତ ପ୍ରତିଦ୍ୱନ୍ଦିତା କରନ୍ତି ନାହିଁ । ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେଡି ପାଇଁ ସୁଶାସନର ମଡେଲ କ'ଣ । 5T, ମୋ ସରକାର, ହେଉଛି ବିଜୁ ଜନତା ଦଳ ପାଇଁ ସୁଶାସନର ମଡେଲ ।












Click it and Unblock the Notifications