ସରକାରଙ୍କ 9 ହଜାର ସ୍କୁଲ ବନ୍ଦକୁ ବିଜେପିର ବିରୋଧ
ସରକାରଙ୍କ 9 ହଜାର ସ୍କୁଲ ବନ୍ଦକୁ ବିଜେପିର ବିରୋଧ
ଭୁବନେଶ୍ୱର : ରାଜ୍ୟରେ 9 ହଜାର ସ୍କୁଲ ବନ୍ଦ ପାଇଁ ସରକାର ନେଇଥିବା ନିଷ୍ପତିକୁ ବିରୋଧ କରିଛି ରାଜ୍ୟ ବିଜେପି । ଏହି ନିଷ୍ପତି ଭୟଙ୍କର ବୋଲି କହିଛି ବିଜେପି । ପ୍ରତିବର୍ଷ 11 ଲକ୍ଷ ପିଲା ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଉଥିବା ବେଳେ 10ମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି 5 ଲକ୍ଷ ଛାତ୍ରଛାତ୍ରୀ । ତେଣୁ 6 ଲକ୍ଷ ପିଲା ଅଧାରୁ ପାଠ ଛାଡୁଥିବା ଅଭିଯୋଗ କରିଛି ବିଜେପି ।

ସ୍କୁଲ ବନ୍ଦ ଯୋଗୁ ଅଧାରୁ ସ୍କୁଲ ଛାଡିବା ହାର 80 ପ୍ରତିଶତକୁ ପବୃଦ୍ଧି ପାଇବ ବୋଲି ଆଶଙ୍କା କରିଛି ଦଳ । ସ୍କୁଲ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ 15 ଦିନ ସମୟ ଦେଇଛି ଦଳ । ଯଦି ସରକାର ସଠିକ୍ ନିଷ୍ପତି ନ ନିଅନ୍ତି ତାହାଲେ ଆଗାମୀ ଦିନରେ ସମସ୍ତ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ଆଗରେ ବିଜେପି ଧାରଣା ଦେବ ବୋଲି ଚେତାବନି ଦେଇଛି । ଆହୁରି ମଧ୍ୟ ସରକାରଙ୍କ ଏହି ନିଷ୍ପତିକୁ ନେଇ ଆଗାମୀ ଦିନରେ କୋର୍ଟର ଦ୍ୱାରସ୍ଥ ହେବ ବୋଲି ବିଜେପି କହିଛି ।
More From
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications