ଧାମନଗର ଉପନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି
ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସେମି ଫାଇନାଲ ଆମେ ଖେଳିବୁ ଫାଇନାଲ ବି ଆମେ ଖେଳିବୁ । ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପ୍ରସଙ୍ଗରେ ଏପରି କହିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ।
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସେମି ଫାଇନାଲ ଆମେ ଖେଳିବୁ ଫାଇନାଲ ବି ଆମେ ଖେଳିବୁ । ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପ୍ରସଙ୍ଗରେ ଏପରି କହିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ।

ସେ କହିଛନ୍ତି, ଧାମନଗର ଆସନ ବିଜେପିର ଥିଲା। ଧାମନଗରରେ ୱାର୍ଡ ସ୍ତର ପର୍ଯ୍ୟନ୍ତ ଦଳର ସଙ୍ଗଠନ ଅଛି। ଆଉ ନୂଆ କିଛି କରିବାକୁ ପଡ଼ିବ ନାହିଁ। ଲଢେଇ ଜୋରଦାର ହେବ। ଏଠାରେ ବିଜେପିର ବିଜୟ ନିଶ୍ଚିତ। ସ୍ବର୍ଗତ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଲୋକଙ୍କର ସ୍ନେହ ଶ୍ରଦ୍ଧା ଅଛି। ଆଗ୍ରେସିଭ ମୁଡରେ ଦଳ ଆଗକୁ ବଢ଼ିବ। ପୂଜା ପରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ପ୍ରଦେଶ ନିର୍ବାଚନ କମିଟି ଖୁବ ଶୀଘ୍ର ବୈଠକ କରି ପ୍ରାର୍ଥୀଙ୍କ ନାମ ପଠାଇବ। ସଂସଦୀୟ ବୋର୍ଡ ପ୍ରାର୍ଥୀ ଚୟନ କରିବ। ଦଳ ପାଖରେ ଅନେକ ଗୁଡ଼ିଏ ବିକଳ୍ପ ଅଛି । ତା ଭିତରୁ ଜଣଙ୍କୁ ପ୍ରାର୍ଥୀ କରାଯିବ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେପି ବିଜେଡିକୁ ଛାଡି ଆଉ କେଉଁ ଦଳ ଅଛି କି ? ପ୍ରାକ୍ଟିସ ମ୍ୟାଚ ବି ଆମେ ଜିତିବୁ, ଫାଇନାଲ ମ୍ୟାଚ ବି ଜିତିବୁ । ଉପନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ରହିଛି । ଧାମନଗରରେ କିଏ ପ୍ରାର୍ଥୀ ହେବେ, ସେନେଇ କେନ୍ଦ୍ରୀୟ କମିଟି ଚୁଡାନ୍ତ ପ୍ରାର୍ଥୀ ଘୋଷଣା କରିବେ।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ। ପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ରହିଛି। ଅକ୍ଟୋବର ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ। ୬ ତାରିଖରେ ଭୋଟ୍ ଗଣତି ହୋଇ ଫଳ ପ୍ରକାଶ ପାଇବ।
ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ପରଠୁ ଏହି ଆସନଟି ଖାଲି ପଡ଼ିଛି।












Click it and Unblock the Notifications