କେଜ୍ରିୱାଲଙ୍କ ବଡ଼ ଦାବି: ଆପ୍ ବିଧାୟକଙ୍କୁ ୨୫ କୋଟି ଅଫର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଦେଶରେ ସରଗରମ ହୋଇଛି ରାଜନିତୀ । ଏହାରି ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଛନ୍ତି ଏକ ବଡ଼ ଖୁଲାସା । ସେ ଦାବି କରିଛନ୍ତି ଯେ, ଦିଲ୍ଲୀରେ ସରକାର ଗଠନ କରିବା ପାଇଁ ଫୁଲ୍ ଦମରେ ଚେଷ୍ଟା ଆରମ୍ଭ କରିଛି ବିଜେପି । ଯେଉଁଥି ପାଇଁ ଆପ୍ ଛାଡି ବିଜେପିରେ ଯୋଗ ଦେବା ପାଇଁ ୨୫କୋଟିର ଅଫର୍ ମଧ୍ୟ ଦେଇଛି ବିଜେପି ଏହାସହ ବିଜେପି ଟିକେଟ ଦେବାର ମଧ୍ୟ ଲୋଭ ଦେଖାଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, ଏନେଇ ତାଙ୍କ ପାଖରେ ଯଥେଷ୍ଟ ତଥ୍ୟ, ପ୍ରମାଣ ମଧ୍ୟ ରହିଛି । ଯାହା ସେ ଖୁବ୍ ଶିଘ୍ର ସାର୍ବଜନିନ କରିବେ ବୋଲି ମଧ୍ୟ କହିଛନ୍ତି । ଏହି ମାମଲାକୁ ନେଇ କେଜ୍ରିୱାଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, କିଛି ଦିନ ପୂର୍ବରୁ ଆମର ୭ ଜଣ ବିଧାୟକଙ୍କୁ ବିଜେପି ପକ୍ଷରୁ ଲୋଭ ଦେଖାଯାଇଥିଲା ଏବଂ କୁହାଯାଇଥିଲା କିଛି ଦିନ ମଧ୍ୟ କେଜ୍ରିୱାଲ ଗିରଫ ହୋଇପାରନ୍ତି ଏବଂ ଏହା ପରେ ରାଜ୍ୟରୁ ଦିଲ୍ଲୀ ସରକାର ଭାଙ୍ଗିଯାଇପାରେ ।

ସେ ଆହୁରି କହିଛନ୍ତି, ଆମେ ବିଧାୟକମାନଙ୍କୁ ନିଜ ଦଳ ଅର୍ଥାତ୍ ଆପ୍ ଛାଡି ବିଜେପିରେ ମିଶିବା ପାଇଁ ୨୫ କୋଟି ଲେଖାଏଁର ଅଫର ମଧ୍ୟ ଦିଆଯାଇଛି । ଏହାସହ ବିଜେପି ପକ୍ଷରୁ ତାଙ୍କୁ ଟିକେଟ୍ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଉଛି । ସେହିପରି ଦିଲ୍ଲୀ ମନ୍ତ୍ରୀ ପଦ ସମ୍ଭାଳିଥିବା ଅତିଶି କହିଛନ୍ତି, ଆମର ୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଛି । ଆମ ପାଖରେ ଏନେଇ ସମସ୍ତ ରେକର୍ଡିଂ ଏବଂ ପ୍ରମାଣ ରହିଛି ଉଚିତ ସମୟରେ ଏହା ଆମେ ପ୍ରକାଶ କରିବୁ ।












Click it and Unblock the Notifications