BJP Odisha State President: କିଏ ବିଜେପିର ନୂଆ ରାଜ୍ୟ ସଭାପତି ?
ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ବିଜେପି ପାଇବ ନୂଆ ମୁଖିଆ । ସଭାପତି ଚୟନ ନେଇ ନିର୍ବାଚନ ଅଧିକାରୀ ନିଯୁକ୍ତ ହେବା ପରେ କିଏ ହେବେ ମଙ୍ଗୁଆଳ ସେନେଇ ଆକଳନ ଆରମ୍ଭ ହୋଇଛି । ତେବେ ମନମୋହନଙ୍କ ସ୍ଥାନରେ କିଏ ହେବେ ନୂଆ ସଭାପତି ? ବରିଷ୍ଠ ନା ଯୁବ ଚେହେରାଙ୍କୁ ମିଳିବ ପ୍ରାଧାନ୍ୟ ?
ମନମୋହନ ସାମଲ ରିପିଟ ହେବେ ନା ନୂଆ ମୁହଁ ତାକୁ ନେଇ ବିଜେପି କ୍ୟାମ୍ପରେ ଚର୍ଚ୍ଚା । ଏସବୁ ଚର୍ଚ୍ଚା ଭିତରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ରାଜ୍ୟ ସଭାପତି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସମସ୍ତ ରାଜ୍ୟର ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶା ଦାୟିତ୍ୱରେ ରହିବେ ସଞ୍ଜୟ ଜୟସ୍ୱାଲ।

ଏବେ ମନମୋହନ ସାମଲ ଅଛନ୍ତି ରାଜ୍ୟ ବିଜେପି ସଭାପତି। ହେଲେ ମନମୋହନଙ୍କ ସ୍ଥାନରେ କିଏ ହେବେ ନୂଆ ସଭାପତି? ତେବେ ତିନି ଜଣଙ୍କ ନାମ ଖୁବ୍ ଚର୍ଚ୍ଚାରେ ?
ସୁକାନ୍ତ ପାଣିଗ୍ରାହୀ: ସବା ଆଗରେ ସୁକାନ୍ତ ପାଣିଗ୍ରାହୀ ବୋଲି ଚର୍ଚ୍ଚା । କାରଣ ତାଙ୍କର ସମସ୍ତଙ୍କ ସହ ସମ୍ପର୍କ ଭଲ । ସେ ଏବେ କନ୍ଧମାଳ ସାଂସଦ । ଅଚ୍ୟୁତ ସାମନ୍ତଙ୍କ ଗଡ ଭାଙ୍ଗିବା ସହ ସେ ସାଂଗଠନିକ ଭାରି ସୁଦୃଢ଼ । ସେ ଆଗରୁ ଆରଏସଏସର ପ୍ରଚାରକ ଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪,୧୬,୪୧୫ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ୨୧,୩୭୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।
ସମୀର ମହାନ୍ତି: ରାଜ୍ୟ ବିଜେପିର ଆଗଧାଡ଼ିର ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ବିଜେପିର ରାଜ୍ୟ ସଭାପତି ହୋଇପାରନ୍ତି । ୧୯୭୭ରେ ଛାତ୍ର ସଂଗଠନ ଏବିଭିପିରୁ ସେ ରାଜ୍ୟନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୮୦ରେ ଏବିଭିପି ରାଜ୍ୟ ଉପସଭାପତି ପରେ ୧୯୮୪ରେ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଏହାର ବର୍ଷକ ପରେ ବିଡିଏର ଉପ ସୂଚନା ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ତେବେ ୧୦ ବର୍ଷ ପରେ ଚାକିରିରୁ ଇସ୍ତଫା ଦେଇ ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଇଥିଲେ। ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିଲେ ସମୀର। ୨୦୨୦ ରେ ରାଜ୍ୟ ବିଜେପିର ସଭାପତି ଥିଲେ ।
ବିଶେଶ୍ୱର ଟୁଡୁ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ବିଜେପି ରାଜ୍ୟ ସଭାପତି ହୋଇପାରନ୍ତି । ତାଙ୍କୁ ଏଥର ଦଳ ଟିକେଟ ଦେଇ ନଥିଲେ। ତେଣୁ ତାଙ୍କୁ ଦଳ ତାଙ୍କ ଉପରେ ଭରସା କରିପାରେ । ବିଜେପିର ସେ ଜନଜାତି ଚେହେରା । ତେଣୁ ତାଙ୍କୁ ମଧ୍ୟ ଦଳ ଆଗକୁ ବଢ଼ିପାରେ ।












Click it and Unblock the Notifications