ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା ।

ଭୁବନେଶ୍ବର : ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା । ଜାନୁଆରୀ କିମ୍ବା ଫେବୃଆରୀରେ ସେ ଓଡ଼ିଶା ଆସିପାରନ୍ତି ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଆଗକୁ ତାମିଲନାଡୁ ଓ ପଶ୍ଚିମବଙ୍ଗର ନିର୍ବାଚନ ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡିପାରେ ବୋଲି ଆକଳନ କରାଯାଉଛି । ବିଜେପି ବିଗତ କିଛି ବର୍ଷ ହେଲା ଓଡ଼ିଶାରେ ଏକ ବଡ ବିରୋଧୀ ଦଳ ଭାବରେ ଉଭା ହୋଇଛି । ଏପରିକି ଗତ ସାଧାରଣ ନିର୍ବାଚନରେ ବିଜେପି ପୂର୍ବାପେକ୍ଷା ଅଧିକ ସଫଳତା ପାଇଛି ।

ଜେପି ନଡ୍ଡା

ଏହି କାରଣରୁ ବିଜେପିର ବୁଥ୍ ସ୍ତରରେ ଥିବା ସଙ୍ଗଠନକୁ ଅଧିକ ମଜବୁତ କରିବା ପାଇଁ ଜେପି ନଡ୍ଡା ଓଡ଼ିଶା ଆସି ପାରନ୍ତି ବୋଲି କୁହାଯାଉଛି । ତାଙ୍କର ଓଡ଼ିଶା ଗସ୍ତ ସମୟରେ ମିଶନ-129 ଓ ଡବଲ ଇଞ୍ଜିନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇ ପାରେ । ଏଥିସହ ରାଜ୍ୟ ବିଜେପିର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ସାଙ୍ଗଠନିକ ସ୍ଥିତି ନେଇ ସମୀକ୍ଷା କରି ପାରନ୍ତି ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+