ଆସନ୍ତା ୧୯ ତାରିଖରେ ଦିଲ୍ଲୀ ଯିବେ ବିଜେପି ବିଧାୟକ; ମୋଦୀ, ଶାହାଙ୍କୁ ଭେଟିବେ
ବିଧାନସଭା ନିର୍ବାଚନ ଆଉ କେଇଟା ମାସ ଥିବା ବେଳେ ଦିଲ୍ଲୀ ଯିବେ ବିଜେପିର ବିଧାୟକ । ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ବିଜେପିର ସମସ୍ତ ବିଧାୟକ । ଆସନ୍ତା ୧୯ ତାରିଖରେ ବିଜେପିର ୨୨ ଜଣ ବିଧାୟକ ଦିଲ୍ଲୀ ଯିବେ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିବେ ବିଜେପି ବିଧାୟକ ।
ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ସେମାନଙ୍କର ଦିଲ୍ଲୀରେ ରହଣି କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।
ଏହି ସାକ୍ଷାତ ସମୟରେ ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର ଏବେର ସ୍ଥିତି ନେଇ ଦଳୀୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବେ । ବିଧାୟକଙ୍କ ସହ ବିଜେପି ସାଂସଦ, ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ବରିଷ୍ଠ ବିଧାୟକ ପ୍ରଦୀପ୍ତ ନାୟକଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ କେନ୍ଦ୍ରୀୟ ଯୋଜନା ହଡ଼ପ ଅଭିଯୋଗ ଓ ଦୀର୍ଘ ଦିନ ଧରି ବିଜେପି-ବିଜେଡି ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାକୁ ବିସ୍ତୁତ ଭାବେ ଆଲୋଚନା ହେବ । ନିକଟରେ ଦେଶର ୫ଟି ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ବଡ଼ ରାଜ୍ୟରେ ବିଜେପିର ବୃହତ୍ ବିଜୟ ହୋଇଛି ।
ଏହାପରେ ରାଜ୍ୟ ବିଜେପି ନେତା ପୁରା ଦମରେ ଅଛନ୍ତି । ଓଡିଶାରେ ମଧ୍ୟ ସମାନ ଫଳାଫଳ ଦୋହରାଇବା ଲକ୍ଷ୍ୟରେ ଅଛି ରାଜ୍ୟ ବିଜେପି ।












Click it and Unblock the Notifications