ନବ ଦାସଙ୍କ ହତ୍ୟା ପଛରେ ଉପକୂଳିଆ ନେତାଙ୍କ ହାତ ରହିଛି: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ

ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ନବ ଦାସଙ୍କ ହତ୍ୟା ମାମଲା ପଛରେ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତ ଥିବା କହିଛନ୍ତି ସୁବାସ ।

Naba Das Murder Case

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ୯ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାଣ୍ଡ ପଛର ସଠିକ୍ କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଜ । ଅଭିଯୁକ୍ତ ଗୋପାଳ ଦାସକୁ ଜେରା ଚାଲିଥିବା ବେଳେ ଏପଟେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ନବ ଦାସଙ୍କ ହତ୍ୟା ମାମଲା ପଛରେ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତ ଥିବା କହିଛନ୍ତି ସୁବାସ ।

ସେ କହିଛନ୍ତି, ମନ୍ତ୍ରୀଙ୍କୁ ମାରିବାକୁ ପୂର୍ବରୁ ଷଡଯନ୍ତ୍ର କରାଯାଇଥିଲା । ନବ ଦାସ ନିଜ ଅଞ୍ଚଳରେ ନିଜ ବିଜନେସର ସାମ୍ରାଜ୍ୟ ଯେମିତି ଭାବରେ ବଢାଇଥିଲେ ତାହାକୁ ଖତମ୍ କରିବାକୁ ନବଙ୍କୁ ରାସ୍ତାରୁ ସଫା କରି ଦିଆଗଲା । ସିବିଆଇ ତଦନ୍ତ ହେଲେ ଏହି ଘଟଣାର ପର୍ଦ୍ଦାଫାଶ ହୋଇପାରିବ ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଶତ୍ରୁ ତାଙ୍କ ନିଜ ଦଳରୁ ହୋଇଥାଇ ପାରନ୍ତି । ହତ୍ୟାକାଣ୍ଡରେ ବଡ ବଡ ଲୋକଙ୍କ ସଂପୃକ୍ତି ରହିଛି । ସେ କହିଛନ୍ତି, ନବ ଦାସଙ୍କ ହତ୍ୟା ଏକ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ । ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି । ରାଜନୈତିକ ଓ ବ୍ୟବସାୟିକ କାରଣ ଥାଇ ପାରେ । ନିଜ ଦଳର ବି ଶତ୍ରୁ ହୋଇପାରନ୍ତି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ହାଇକୋର୍ଟ ତତ୍ତ୍ଵାବଧାନରେ ଏସ ଆଇ ଟି ତଦନ୍ତ ଦାବି କରିଥିଲେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ଖାକି ତଦନ୍ତ ଖାକି କରୁଛି । ଏହାର ତଦନ୍ତ କାଗଜ କଲମରେ ରହିବ । ପ୍ରକୃତ ଦୋଷୀଙ୍କୁ ଧରି ପାରିବେନି ସରକାର । ବଡ ଲୋକ ସଂପୃକ୍ତ ଅଛନ୍ତି, ବଡ ଷଡ଼ଯନ୍ତ୍ର ଅଛି ।

ସେପଟେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ବ୍ୟୋମକେଶ ରାୟ । ସେ କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟା ଘଟଣାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ । ସମୟ କହିବ କେବେ ଖୋଲିବ ମନ୍ତ୍ରୀଙ୍କ ହତ୍ୟା ଗୁମର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+