ବିଜେପି ନେତାଙ୍କ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଅଧିକାରୀ, ପ୍ରତି ଗାଁରେ କରୋନାରେ ମରିଛନ୍ତି 10 ଜଣ

ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ରାମ ଇକବାଲ ସିଂ ୟୁପିରେ କରୋନା ମୃତ୍ୟୁକୁ ନେଇ ବଡ ବୟାନ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ପ୍ରତ୍ୟେକ ଗ୍ରାମରେ ଅତି କମରେ ଦଶ ଜଣ ଲୋକ ମୃତ୍ୟୁବରଣ ହୋଇଛି

ବଲିୟା : ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ରାମ ଇକବାଲ ସିଂ ୟୁପିରେ କରୋନା ମୃତ୍ୟୁକୁ ନେଇ ବଡ ବୟାନ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ପ୍ରତ୍ୟେକ ଗ୍ରାମରେ ଅତି କମରେ ଦଶ ଜଣ ଲୋକ ମୃତ୍ୟୁବରଣ ହୋଇଛି। ଶନିବାର ସନ୍ଧ୍ୟାରେ ବାଲିଆ ଜିଲ୍ଲାର ନାଗ୍ରା ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ନେତା ରାମ ଇକବାଲ ସିଂ ଏହି ବିବୃତ୍ତି ଦେଇଛନ୍ତି ଯାହା ବିଜେପି ସରକାରକୁ ଏବେ ଅଡୁଆରେ ପକାଇଛି ।
ଶ୍ରୀ ସିଂ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ କରୋନାର ପ୍ରଥମ ଲହରରୁ କୌଣସି ଶିକ୍ଷା ଗ୍ରହଣ କରି ନାହିଁ ଏବଂ ଏହି କାରଣରୁ ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି ।

କରୋନା

ସେ ଦାବି କରିଛନ୍ତି ଯେ ଏପରି କୌଣସି ଗାଁ ନାହିଁ ଯେଉଁଠାରେ କରୋନା ସଂକ୍ରମଣ ହେତୁ 10 ଜଣ ଲୋକ ପ୍ରାଣ ହରାଇ ନାହାଁନ୍ତି । ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ 10 ଲକ୍ଷ ଟଙ୍କା ଆର୍ଥିକ ସହାୟତା ସେ ଦାବି କରିଛନ୍ତି । ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି ଯେ ବାଲିଆ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ସମ୍ପୂର୍ଣ୍ଣ ବ୍ୟବସ୍ଥା ଭୁଶୁଡି ପଡିଛି ଏବଂ ସ୍ୱାଧୀନତାର 75 ବର୍ଷ ପରେ 34 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାର ଡାକ୍ତରଖାନାରେ ନା ଡାକ୍ତର ଅଛନ୍ତି କିମ୍ବା ଔଷଧ ଦୋକାନରେ ଔଷଧ ।
'ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଭ୍ରାନ୍ତ କରିଛନ୍ତି'

ଏଠାରେ ସୂଚନାଥାଉକି, ଗତକିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥ ବଲିୟା ଗସ୍ତା କରିଥିଲେ । ଏଥିସହିତ ସେଠାକାର ସ୍ୱାସ୍ଥ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ଖଣ୍ଡନ କରିଛନ୍ତି ବିଜେପି ନେତା । ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଭ୍ରାନ୍ତ କରିଛନ୍ତି, ତାଙ୍କୁ ସତ ଦେଖାଇ ନାହାଁନ୍ତି । ଚାଷୀଙ୍କ ଅବସ୍ଥାକୁ ନେଇ ସିଂ ବିଜେପି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଆଜି କୃଷକମାନେ ସଂପୂର୍ଣ୍ଣ ବିପଥଗାମୀ ହୋଇଯାଇଛନ୍ତି ଏବଂ ଅଭାବ ଅନାଟନ ଭିତରେ ଏବେ ଚାଷ ଛାଡିବାକୁ ବାଧ୍ୟ ହେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+