Get Updates
Get notified of breaking news, exclusive insights, and must-see stories!

୧୦ ତାରିଖରେ ବିଜେପି ବିଧାୟକ ଦଳର ବୈଠକ, ମୁଖ୍ୟମନ୍ତ୍ରୀ ଚୟନ କରିପାରେ ବିଜେପି

ରାଜ୍ୟରେ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଆସନ୍ତା ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଚୟନ କରିପାରେ । ଅର୍ଥାତ ଶପଥ ଗ୍ରହଣ ଦିନ ସକାଳେ ମୁଖ୍ୟମନ୍ତ୍ରୀ ଚୟନ କରିବ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ନାମରେ ସହମତି ଜଣାଇବେ ବିଧାୟକ । ଏହାପରେ ସନ୍ଧ୍ୟାରେ ଜନତା ମୈଦାନରେ ଶପଥ ଗ୍ରହଣ ଅନୁଷ୍ଠିତ ହେବ ।

ତେବେ ଆଲୋଚନ ଅନୁଯାୟୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅନେକ ନେତାଙ୍କ ନା ଆଗରେ ରହିଛି । ଦଳର ସଭାପତି ମନମୋହନଙ୍କ ସମେତ ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ଜୟ ନାରାୟଣ ମିଶ୍ର, କନକବର୍ଦ୍ଧନ ସିଂଦେଓ ଏବଂ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏଥିସହ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି କି ବିଧାୟକମାନଙ୍କ ମଧ୍ୟରୁ କାହାକୁ ହିଁ ମୁଖ୍ୟମନ୍ତ୍ରୀ ଆସନରେ ଭାଜପା କେନ୍ଦ୍ରୀୟ ନେତାମାନେ ବସାଇପାରନ୍ତି।

BJP MLA party

ଅନ୍ୟପଟେ ଯଦି ଭାଜପା ଶାସିତ ଅନ୍ୟ ରାଜ୍ୟ ଢାଞ୍ଚାରେ ସରକାର ଗଢାଯାଏ, ତା'ହେଲେ ଉପମୁଖ୍ୟମନ୍ତ୍ରୀ ପାଇଁ ମୋହନ ମାଝୀଙ୍କ ନାଁକୁ ନେଇ ଆଲୋଚନା ହେଉଛି।

ଯଦି ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ମିଳେ, ତେବେ ବିଧାୟକଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଗିରୀଶ ମୁର୍ମୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତି ନେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+