ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ: ମନମୋହନ ସାମଲ

ଭୁବନେଶ୍ୱର: ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ ବୋଲି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ଥିଲା କିନ୍ତୁ ଏବେ ରାଜ୍ୟ ସରକାରଙ୍କ ଅପାରଗତା କାରଣ ପାଇଁ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ପଡୁଛି । ଏହଭଳି ଦୃଶ୍ୟ ଗତ ୧୨ତାରିଖ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଦେଖିବାକୁ ମିଳିଛି । କିଛି ଅସାମାଜିକ ମୁସଲମାନମାନେ ଶୋଭାଯାତ୍ରା ଉପରକୁ ପଥର ଫିଙ୍ଗିବା ସହ ଖଣ୍ଡାରେ ଆକ୍ରମଣ କରିଲେ, ଲାଠିରେ ବାଡେଇଲେ, ଗାଡି ପୋଡିଲେ । ଯାହା ସମ୍ବଲପୁରବାସୀଙ୍କ ପ୍ରତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ଶାନ୍ତିପ୍ରିୟ ସମ୍ବଲପୁରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଶ୍ରୀ ଗଣେଶି ଲାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସମ୍ବଲପୁରରେ ଏହି ଘଟଣା ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କୁ ନିନ୍ଦା କରି ସାରିଛି । ଏହି ଘଟଣାକୁ ୯ଦିନ ବିତିଥିଲେ ବି ନବୀନ ବାବୁ ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ପୂର୍ବ ବର୍ଷ ହନୁମାନ ଜୟନ୍ତୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ଏଥର ହନୁମାନ ଜୟନ୍ତୀର ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଆଇଆଇସି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଏସ୍‌ପି ଏହାକୁ ସ୍ୱୀକାର କରିଛନ୍ତି । ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ଅଛି କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଗତ ୧୪ତାରିଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଗଲା । କାହା ନିର୍ଦ୍ଦେଶରେ ସରକାର ଚାଲିଛି, କିଏ ଏ ସରକାର ଚଲଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି ।

BJP

ସମ୍ବଲପୁର ସାମ୍ପ୍ରଦାୟିକ ଅପରାଧୀଙ୍କ ଚରାଭୂମି ପାଲଟିଛି କିନ୍ତୁ ସରକାର ଏଥିପ୍ରତି ପଦକ୍ଷେପ ନେଉନାହାନ୍ତି । ପୋଲିସ ନିସହାୟ ହୋଇ ବୁଲୁଛି, ପାଖରେ ବନ୍ଧୁକ,ଗୁଳି, ଲାଠି ନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ୫ତାରିଖରୁ ନିର୍ଦ୍ଦେଶନାମା ଜାରି ହେଲାଣି ହନୁମାନୀ ଜୟନ୍ତୀରେ ହିଂସା ଆଶଙ୍କା ନେଇ । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ସମ୍ବଲପୁରରେ ଗତ ୧୨ତାରିଖରେ ଏସ୍‌ପି ନରହିବା ଦୁର୍ଭାଗ୍ୟଜନକ । ଗଣ୍ଡଗୋଳରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ନିରୀହ ଲୋକଙ୍କୁ ଜେଲ୍ ହାଜତରେ ରଖିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ଶୋଭାଯାତ୍ରାର ପୁର୍ବରୁ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ତରଫରୁ ଯେଉଁ ଯେଉଁ ଅଂଚଳ ସାମ୍ପ୍ରଦାୟିକ ଦୃଷ୍ଟିରୁ ସମ୍ବେଦନଶୀଳ ଥିଲା, ଯେଉଁ ଯେଉଁ ଅଂଚଳରେ ଅଘଟଣ ଘଟିବାର ଆଶଙ୍କା ଥିଲା ସେହି ଅଂଚଳରେ ଅଧିକ ପୋଲିସ ମୁତୟନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରାଯାଇଥିଲା । ହେଲେ ସରକାର କାହିଁକି ସେ ଦିଗ ପ୍ରତି ଦୃଷ୍ଟି ଦେଲେ ନାହିଁ ? ଯେଉଁ ଅଳ୍ପ ସଂଖ୍ୟକ ପୋଲିସ ମୁତୟନ ଥିଲେ ସେମାନେ କେବଳ ନିରବ ଦ୍ରଷ୍ଟା ସାଜିଥିଲେ । ରାଜ୍ୟ ଗୁଇନ୍ଦା ବିଭାଗ କରୁଥିଲା କଣ? କେଉଁ ପରିସ୍ଥିତିରେ ଅନେକ ଘର ଉପରେ ବିପୁଳ ପରିମାଣର ପଥର ଅସାମାଜିକ ମୁସଲିମ ଯୁବକମାନେ ଜମା କରିଲେ ଓ ଗୁଇନ୍ଦା ବିଭାଗ ଏବିଷୟରେ କିଭଳି ଜାଣିପାରିଲା ନାହିଁ ତାହା ବଡ ଆଶ୍ଚର୍ଯ୍ୟ ଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟ ସରକାର ତୃଷ୍ଟିକରଣ ଓ ପକ୍ଷପାତିତା କରୁଛନ୍ତି ବୋଲି ସାଧାରଣ ଲୋକଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଚରମସୀମାରେ ପଂହଚିଛି । ଓଡ଼ିଶା ସରକାର ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି । ସମ୍ବଲପୁରରେ ନିରୀହ ଆଦିବାସୀ ମୃତ ଯୁବକଙ୍କ ପରିବାରକୁ ଭେଟିବା ପାଇଁ ବିଜେପି ବରିଷ୍ଠ ନେତାମାନେ ଯାଉଥିଲେ । କିନ୍ତୁ ରାଜ୍ୟ ସରକାର ଭୟଭୀତ ହୋଇ ବିରୋଧୀ ଦଳକୁ ଗନ୍ତବ୍ୟ ସ୍ତଳରେ ପଂହଚିବା ପୂର୍ବରୁ ଉଠାଇ ନେଇ ଅଟକ ରଖିଥିଲେ । ଏନେଇ ବିଜେପିର ନେତୃବୃନ୍ଦ ପ୍ରଶ୍ନ କରିବାରୁ କାହାରି ପାଖରେ ଉତର ନଥିଲା । ରାଜ୍ୟ ସରକାରଙ୍କ ଏଭଳି ନୀତିକୁ ଓଡ଼ିଶାବାସୀ ଭଲଭାବେ ଦେଖୁଛନ୍ତି ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ସାମଲ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+