Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ର ନଗର ପଞ୍ଚାୟତ ନିର୍ବାଚନ ଫଳାଫଳ: ଏକକ ବୃହତ ଦଳ ହେଲା ବିଜେପି, ଶାସକ ଗଠବନ୍ଧନ ପୋଛିନେଲା ଅଧାରୁ ଅଧିକ ସିଟ

ମୁମ୍ବାଇ: ମହାରାଷ୍ଟ୍ରରେ ଘୋଷଣା ହୋଇଛି ନଗର ପଂଚାୟତ ନିର୍ବାଚନ ଫଳାଫଳ । ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇ ଜାହିର କରିଛି ନିଜର ପତିଆରା । ତେବେ ଏନସିପି-ଶିବସେନା ଏବଂ କଂଗ୍ରେସର ମହା ବିକାଶ ଅଗାଡି ଗଠବନ୍ଧନ ମିଳିତ ଭାବରେ ଦଖଲ କରିଛନ୍ତି ଅଧାରୁ ଅଧିକ ସିଟ। ଏହି ନିର୍ବାଚନ ଫଳାଫଳ ପରେ ବିଜେପି ରାଜ୍ୟରେ ନିଜକୁ ଏକକ ବୃହତ ଦଳ ବୋଲି ଦାବି କରିଛି । ଦେଶର ୫ଟି ରାଜ୍ୟରେ ଏବେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ସ୍ଥିତି ଗରମ ରହିଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହ ବ୍ୟକ୍ତ କରିଛି ବିଜେପି ।

bjp

କାହାକୁ ମିଳିଛି କେତେ ଆସନ:

Shiv sena and NCP

ମହାରାଷ୍ଟ୍ରରେ ସମୁଦାୟ ୧୮୦୨ ଗୋଟି ନଗର ପଂଚାୟତ ଆସନ ପାଇଁ ହୋଇଥିଲା ନିର୍ବାଚନ । ଏଥିରେ ଏକାକୀ ବିଜେପି ଅକ୍ତିଆର କରିଛି ୪୧୬ଟି ଆସନ । ଏହି ନିର୍ବାଚନରେ ରାଜ୍ୟ ଶାସନରେ ଥିବା କଂଗ୍ରେସ, ଶିବସେନା ଏବଂ ଏନସିପି ମିଳିତ ଭାବରେ ପ୍ରାର୍ଥୀ ଦେଇଥିଲେ। ଏହି ଗଠବନ୍ଧନ ୧୮୦୨ ଗୋଟି ଆସନରୁ ୯୭୬ଟି ଆସନ ଦଖଲ କରିଛି। ଏଥିରେ ଏନସିପି ୩୭୮ଟି, ସେନା ୩୦୧ ଟି ଏବଂ କଂଗ୍ରେସ ୨୯୭ଟି ଆସନରେ ବିଜୟୀ ହୋଇଛି। ଏଥିସହିତ ମହା ବିକାଶ ଅଗାଡି ରାଜ୍ୟର ସମୁଦାୟ ନଗର ପଞ୍ଚୟତ ଆସନ ମଧ୍ୟରୁ ଅଧା ଆସନ ରଖିଛନ୍ତି ନିଜ କବଜାରେ ।

ନିର୍ବାଚନ ଫଳାଫଳକୁ ନେଇ ଏମିତି କହିଲା ବିଜେପି:

Devendra Fadnavis

ନଗର ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ ମହାରାଷ୍ଟ୍ର ବିଜେପିର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି ଯେ, ରାଜ୍ୟରେ ଏବେ ବିଜେପି ସବୁଠାରୁ ବଡ ରାଜନୈତିକ ଦଳ ବୋଲି ପ୍ରମାଣିତ ହୋଇଗଲା। ରାଜ୍ୟରେ ଗତ ୨୬ ଧରି କ୍ଷମତାରୁ ବାହାରେ ରହି ସୁଦ୍ଧା ଏତିକି ସଂଖ୍ୟକ ଆସନ ଜିଣିବା ଦଳର ସଫଳତାକୁ ଦର୍ଶାଉଛି ବୋଲି ମନ୍ତବ୍ୟ ଦେଇଛନ୍ତି ପାଟିଲ । ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ ଟୁଇଟ କରି ଦଳର ବିଜୟକୁ ଉପଲବ୍ଧି ଭାବରେ ଦର୍ଶାଇଛନ୍ତି । ଟୁଇଟ ମାଧ୍ୟମରେ ଫଡନବିସ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ନଗର ପଂଚାୟତର ଏମିତି ରହିବ ସମୀକରଣ:

ନିର୍ବାଚନ ହୋଇଥିବା ନଗର ପଂଚାୟତ ମଧ୍ୟରୁ ୨୪ଟି ନଗରରେ ବିଜେପି ଶାସନ କରିବାକୁ ସକ୍ଷମ ହେବ। ଏନସିପି-ଶିବସେନା ଏବଂ କଂଗ୍ରେସର ଗଠବନ୍ଧନ ମହା ବିକାଶ ଅଗାଡି ମୋଟ ୫୭ଟି ସ୍ଥାନରେ ଅକ୍ତିଆର କରିବେ କ୍ଷମତା। ଏଥିମଧ୍ୟରୁ ଏନସିପି ୨୫ଟିରେ, କଂଗ୍ରେସ ୧୮ରେ ଏବଂ ଶିବସେନା ୧୪ଟି ନଗର ପଂଚାୟତରେ ଶାସନ ଭାର ସମ୍ଭାଳିବ ।

ସ୍ଥାନ ସଂରକ୍ଷଣ ପାଇଁ ମହାରାଷ୍ଟ୍ର ସରକାର ହୋଇଥିଲେ ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ:

Uddhav Thakrey

ନଗର ପଂଚାୟତ ନିର୍ବାଚନ ପାଇଁ ମହାରାଷ୍ଟ୍ର ସରକାର ଓବିସି କୋଟା ବଢାଇ ୨୭ ପ୍ରତିଶତ କରିଥିଲେ । ଏହି ସଂରକ୍ଷଣ ଫଳରେ ମୋଟ ସଂରକ୍ଷିତ ଆସନ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହୋଇଯାଇଥିଲା । ଗତ ଡିସେମ୍ବର ମାସରେ ଓବିସି କୋଟାର ବର୍ଦ୍ଧିତ ୨୭ ପ୍ରତିଶତ ସଂରକ୍ଷଣକୁ ରଦ୍ଦ କରି ଏହି ଆସନଗୁଡିକୁ ସାଧାରଣ ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ସୁପ୍ରିମ କୋର୍ଟ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନକୁ ନିର୍ଦେଶ ଦେଇଥିଲେ । ଏହି ଆଦେଶର ପୁନର୍ବିଚାର କରିବାକୁ ମହାରାଷ୍ଟ୍ର ସରକାର ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୂଚନାଯୋଗ୍ୟଯେ, ମାର୍ଚ୍ଚ ୨୦୨୦ରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯେ, ପଞ୍ଚୟତ ତଥା ପୌରାଞ୍ଚଳ ଭଳି ସ୍ୱାୟତ୍ତ ଶାସନ ନିର୍ବାଚନରେ ଓବିସି, ଅନୁସୂଚିତ ଜାତି ଓ ଜନଜାତି ଇତ୍ୟାଦି ବର୍ଗ ପାଇଁ ମୋଟ ଆସନର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ।

ନଗର ପଂଚାୟତ କଣ?
ମହାରାଷ୍ଟ୍ରରେ ନଗର ପଂଚାୟତ ହେଉଛି ଏକ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଯାହାକି ଗ୍ରାମାଞ୍ଚଳ ଅଥବା ପୌରନିଗମ ଅଧୀନରେ ପରିଚାଳିତ ହୁଏ ନାହିଁ। ଏହିଭଳି ଅଞ୍ଚଳଗୁଡିକୁ ରାଜ୍ୟ ସରକାର ନୋଟିସ ଜାରି କରି ନିର୍ଧାରିତ ସ୍ୱାୟତ୍ତ ଶାସନ ଭାବରେ ପରିବର୍ତ୍ତନ କରିପାରିବେ । ଏହି ନଗର ପଂଚାୟତଗୁଡିକ ନିର୍ଦିଷ୍ଟ ସଂଖ୍ୟକ ନିର୍ବାଚିତ କାଉନସିଲରଙ୍କ ତଥା ଅଧ୍ୟକ୍ଷଙ୍କ ଦ୍ଵାରା ପରିଚାଳିତ ହୋଇଥାଏ । ମୁଖ୍ଯତଃ ମୁମ୍ବାଇ, ନାସିକ, ପୁନେ ଭଳି ବୃହତ ସହର ନିକଟରେ ପୂର୍ବରୁ ରହିଥିବା ଗ୍ରାମାଞ୍ଚଳ କ୍ରମଶଃ ନଗରରେ ପରିଣତ ହୋଇଥାଏ । ଏହିସବୁ ଅଞ୍ଚଳ ନିର୍ଦ୍ଧିଷ୍ଟ ଭାବରେ ମୁନିସିପାଲିଟି ଅଧୀନରେ ଶାସିତ ନହୋଇ ନଗର ପଂଚାୟତ ଭାବରେ ପରିଚାଳିତ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+