For Quick Alerts
Turn On Notification  
For Daily Alerts
Oneindia App Download

ଫଳାଫଳ ପୂର୍ବରୁ ବିଜେପି ନେତାଙ୍କ ଆକଳନ, ପଦ୍ମପୁରରେ ଜିତିବ ବିଜେଡ଼ି

ବିରୋଧି ବିଜେପି ଦଳର ନେତା ବିଜେଡ଼ି ଜିତିବା ନେଇ ଭବିଷ୍ୟତ ବାଣୀ କରୁଛନ୍ତି । ଏଥିସହିତ ଟଙ୍କା ବଣ୍ଟାର ଅଭିଯୋଗ ମଧ୍ୟ ଆଣିଛନ୍ତି ।

|

ଭୁବନେଶ୍ୱର: ପଦ୍ମପୁର ଫାଇଟ୍ ର ଫଳାଫଳକୁ ଆଉ କେତେଟା ସମୟର ଅପେକ୍ଷା । ୮ ତାରିଖ ଅର୍ଥାତ ଗୁରୁବାର ପ୍ରକାଶ ପାଇବ ଫଳାଫଳ । ଏନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢିବାରେ ଲାଗିଛି । ସେପଟେ ଜଣଙ୍କ ପରେ ଜଣେ ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ଭବିଷ୍ୟତ ବାଣୀ କରିବାରେ ଲାଗିଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ଯେ, ବିରୋଧି ବିଜେପି ଦଳର ନେତା ବିଜେଡ଼ି ଜିତିବା ନେଇ ଭବିଷ୍ୟତ ବାଣୀ କରୁଛନ୍ତି । ଏଥିସହିତ ଟଙ୍କା ବଣ୍ଟାର ଅଭିଯୋଗ ମଧ୍ୟ ଆଣିଛନ୍ତି ।

Padmapur Bypoll

ରାଜ୍ୟ ରାଜନୀତିର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ବଡ ବୟାନ ଦେଇ କହିଛନ୍ତି ଯେ, ମିଳିତ ଭାବେ ବିଜେଡି ଲଢ଼ିଛି । ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ଜିତିବ। ବିଜେପି କାହିଁକି ଜିତିପାରୁନି ତାହା ପଦ୍ମପୁର ନିର୍ବାଚନ ସଙ୍କେତ ଦେବ । ସେଥିରୁ ରାଜ୍ୟ ବିଜେପି ବୁଝିବା ଦରକାର ବୋଲି ଖାଳବେଳ ସ୍ୱାଇଁ କହିଛନ୍ତି । ତେବେ ଖାରବଳ ଅଭିଯୋଗ ଆଣିଛନ୍ତି ଯେ, ବିଜେଡି ଟଙ୍କା ବାଣ୍ଟିଛି । ପ୍ରଶାସନ ଏବଂ ପୋଲିସ ତାଙ୍କୁ ସାହାଯ୍ୟ କରିଛି ।

ଅନ୍ୟପଟରେ ଖାରବେଳ ବାବୁଙ୍କ ଆକଳନ ମୁଁ ଜାଣିନାହିଁ ବୋଲି କହିଛନ୍ତି ଦଳୀୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ। ସେ ଅଞ୍ଚଳକୁ ସେ ଯାଇନାହାନ୍ତି କି କ୍ୟାମ୍ପେନରେ ବି ନଥିଲେ। କିନ୍ତୁ ଏକଥା ସ୍ପଷ୍ଟ ଅଛି ସେଠି ଯେଉଁମନେ କ୍ୟାମ୍ପେନ କରୁଥିଲେ ଏବଂ ଯେଉଁଭଳି ପ୍ରକ୍ରିୟା ଥିଲା ଭୋଟ ଦାନ ଦିନ ପର୍ଯ୍ୟନ୍ତ, ଯେଉଁ ସ୍ଥିତି ଦେଖିଛୁ ବିଜେପିର ନିଶ୍ଚୟ ବିଜୟ ହେବ।

ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଯେତେବେଳେ ବି ନିର୍ବାଚନରେ ଅଧିକ ପ୍ରତିଶତ ଭୋଟ ହୁଏ । ତାର ଅର୍ଥ ହେଉଛି ଆଣ୍ଟି ଇନ-କୁମ୍ବେନସି ୱେଭ। ସେଥିପାଇଁ ଆମେ ବହୁତ ଆଶାବାଦୀ । ଆମେ ଶତ ପ୍ରତିଶତ ଦେଇଛୁ । ଭଲ ପ୍ରୟାସ ବିଜେପି ପକ୍ଷରୁ କରାଯାଇଛି । ଆଶା କରୁଛୁ ପଦ୍ମପୁରବାସୀ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବେ। ପଦମପୁରରେ ପଦ୍ମ ଫୁଟିବ। କେତେ ବ୍ୟବଧାନ ରହିବ ତାହା ଏବେ କହିବା ଠିକ ହେବ ନାହିଁ ।

ସେପଟେ ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, ବାପାଙ୍କ ଭଳି ଅଧିକ ଭୋଟ ପାଇ ଜିତିବେ ବର୍ଷା । ବିଜେଡି ପ୍ରାର୍ଥୀ ଯଥେଷ୍ଟ ଅଧିକ ଭୋଟରେ ଜିତିବେ ବୋଲି ଦାମୋଦର ରାଉତ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJP Leader Predicted BJD to Win Padmapur Bypoll
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X