ପୁରୀକୁ ନେଇ ଲେଖାଶ୍ରୀଙ୍କ ବିବାଦୀୟ ବୟାନ : ବିଜେଡି କଲା ଜୋରଦାର୍ ବିରୋଧ
ପୁରୀକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନକୁ ନେଇ ଜୋରଦାର୍ ବିରୋଧ କରିଛି ଶାସକ ବିଜେଡି ।
ଭୁବନେଶ୍ୱର : ପୁରୀକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନକୁ ଜୋରଦାର୍ ବିରୋଧ କରିଛି ଶାସକ ବିଜେଡି । ଲେଖାଶ୍ରୀ କହିଥିଲେ, "ପୁରୀ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଦେଶବାସୀ ଜାଣିବାକୁ ପାଇଲେ ।"
ଲେଖାଶ୍ରୀଙ୍କ ଏହି ବୟାନକୁ ନେଇ ବିଜେଡି ଆଜି ତାଙ୍କୁ ଘେରିଛି । ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାସଂଦ ଅମର ପଟ୍ଟନାୟକ । ଅମର କହିଛନ୍ତି ଆଗରୁ ଜୟ ପଣ୍ଡା କହିଥିଲେ ଓଡ଼ିଶା ପାକିସ୍ତାନ ପରି, ଆଉ ଏବେ ଏକଥା ।

ଓଡ଼ିଶା ଓ ଜଗନ୍ନାଥଙ୍କ ପ୍ରତି ଏହା ଅପମାନ । ଓଡ଼ିଶାର ଜନତା ବିଜେପିକୁ ପ୍ରତ୍ୟାଖାନ କରିବାରୁ ଓଡିଶାବାସୀଙ୍କୁ ଏପରି ଅପମାନ ଦେବାକୁ କାମ କରାଯାଇଛି ବୋଲି କହିଛନ୍ତି ସାସଂଦ ଅମର ପଟ୍ଟନାୟକ । ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, "ସେ ଆଗରୁ ବାହାରେ ପାଠ ପଢୁଥିବା ସମୟରେ ଲୋକେ ତାଙ୍କୁ ଜଗନ୍ନାଥଧାମ ପୁରୀରୁ ଆସିଛି ବୋଲି ଜାଣୁଥିଲେ । ଏତେ ବର୍ଷ ପରେ କେମିତି ସମ୍ୱିତ ପାତ୍ର ପୁରୀକୁ ନୂଆ ପରିଚୟ ଦେଲେ ତାହା ଜଣାପଡୁ ନାହିଁ।" ବାଲେଶ୍ୱର ତାଙ୍କର ଆସନ ହୋଇ ସେ ନେଇ ପାରିଲେ ନାହିଁ । ସରକାର କରିବେ ବୋଲି ଦିବା ସ୍ୱପ୍ନ ଦେଖୁଛନ୍ତି । ଅଧିକ କହିଲେ ଏଭଳି ଭୁଲ ହୁଏ ବୋଲି କହିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ । ଅପରପକ୍ଷରେ ଲେଖାଶ୍ରୀଙ୍କ ଏହି ବୟାନକୁ ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି । ଏତଲା କରିଛନ୍ତି ଓଡ଼ିଶା ଭାଷା ଆପଣାନ୍ତୁ ଅଭିଯାନ ।












Click it and Unblock the Notifications