ଜନସଂଘରୁ ବିଜେପି : କେମିତି ଥିଲା ବିଜେପିର ୪୬ ବର୍ଷର ଅଭିଯାନ ?

ନୂଆଦିଲ୍ଲୀ: ୪୬ତମ ପ୍ରତିଷ୍ଠା ଦିବସ ପାଳୁଛି ବିର୍ବାଜେପି । ରାଜ୍ୟ କାର୍ଯ୍ୟାଳୟର ବି ଧୁମ୍ ଧାମରେ ପାଳନ ହେଉଛି ଏହି ଦିବସ । ଭାଜପା ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ଲାଭ କରିଛି । ତେବେ ଚାଲନ୍ତୁ ଜାଣିବା କେମିତି ଗଠନ ହେଲା ବିଜେପି ।

ଜନସଂଘରୁ ବିଜେପିର କେମିତି ହେଲା । କିଏ ଥିଲେ ତାର ପ୍ରତିଷ୍ଠାତା ? କାହିଁକି ବିଜେପି ଆଜି ସର୍ବବୃହତ ପାର୍ଟି ?

ଜନସଂଘର ପ୍ରତିଷ୍ଠା- ୧୯୫୧ ମସିହା ଅକ୍ଟୋବର ୨୧ ତାରିଖରେ ଦିଲ୍ଲୀରେ ଜନସଂଘର ସ୍ଥାପନା ହୋଇଥିବା ବେଳେ ୧୯୮୦ ଏପ୍ରିଲ ୬ରେ ବିଜେପି ଗଠନ ହୋଇଥିଲା । ତେବେ କେମିତି ହେଲ ବିଜେପି ? ଦେଶ ସ୍ଵାଧୀନତା ପାଇବା ପରେ ସେତେବେଳେର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ ଡ. ଶ୍ୟାମାମ ପ୍ରସାଦ ମୁଖାର୍ଜୀ କଂଗ୍ରେସରେ କାମ କରୁଥିଲେ । ୧୯୫୦ ଏପ୍ରିଲ ୧୯ରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ କଂଗ୍ରେସର ବିକଳ୍ପ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ଏହି ବିକଳ୍ପରୁ ଜନ୍ମ ହୋଇଥିଲା ଜନସଂଘ । ୧୯୫୧ ମସିହା ଅକ୍ଟୋବର ୨୧ରେ ଭାରତୀୟ ଜନସଂଘ ପ୍ରତିଷ୍ଠା ହୋଇଥିଲା । ଜନସଂଘର ଚିହ୍ନ ଦୀପ ଥିବାବେଳେ ପତାକା ଗେରୁଆ ରଙ୍ଗର ରହିଥିଲା ।

BJP FOUNDATION DAY 2025

ଏହା ପରେ ୧୯୫୨ରେ ହୁଏ ନିର୍ବାଚନ । ଭାରତୀୟ ଜନସଂଘ ୯୪ଟି ସିଟରେ ଲଢ଼ି ମାତ୍ର ୩ଟି ଆସନ ପାଇବାକୁ ସକ୍ଷମ ହେଲା। ପଶ୍ଚିମବଙ୍ଗରୁ ଦୁଇଟି ଓ ରାଜସ୍ଥାନରୁ ଗୋଟିଏ ଜିତିଥିଲା । ୧୯୫୧-୫୨ରେ ଶ୍ୟାମା ପ୍ରସାଦ ଜନସଂଘର ଅଧ୍ୟକ୍ଷ ରହିଥିବା ବେଳେ ୧୯୬୯-୭୨ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ଏହାର ଅଧ୍ୟକ୍ଷ ଥିଲେ । ପରେ ୧୯୭୩-୭୭ ପର୍ଯ୍ୟନ୍ତ ଲାଲକୃଷ୍ଟ ଆଡ଼ଭାନୀ ନେଇଥିଲେ ଅଧ୍ୟକ୍ଷ ଭାର । କାଳକ୍ରମେ ୧୯୫୨ ପରେ ୧୯୫୭ରେ ୪ଟି, ୧୯୬୨ରେ ୧୪ଟି, ୧୯୬୭ରେ ୩୫ଟି, ୧୯୭୧ରେ ୨୨ଟି ଆସନ ପାଇଥିଲା ।

ତେବେ ୧୯୭୫ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରୁଥିବା ବେଳେ ଜନସଂଘ ଏହାର ବିରୋଧ କରିଥିଲା । ଜନସଂଘର ବଡ଼ ବଡ଼ ନେତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ପରେ ୧୯୭୭ରେ ଇନ୍ଦିରା ଜରୁରୀକାଳୀନ ପରିସ୍ଥିତି ସମାପ୍ତ ଘୋଷଣା କରିବା ପରେ ପରେ ସାଧାରଣ ନିର୍ବାଚନ ହୋଇଥିଲା ।

ବିପକ୍ଷ ଦଳମାନେ ନିଜ ନିଜ ମତଭେଦ ଭୁଲି ଇନ୍ଦିରା ଓ କଂଗ୍ରେସକୁ ପରାସ୍ତ କରିବା ପାଇଁ ଜନତା ପାର୍ଟି ଗଠନ କଲେ । ଜନସଂଘ ଜନତା ପାର୍ଟିରେ ବିଲୁପ୍ତ ହୋଇଗଲା । ସଂଯୁକ୍ତ ସୋସାଲିଷ୍ଟ ପାର୍ଟି, ଭାରତୀୟ ଲୋକଦଳ, କଂଗ୍ରେସ (ଓ), ଜନସଂଘ ମିଶି ଜନତା ପାର୍ଟି ଗଠନ କଲେ । ୧୯୭୭ ନିର୍ବାଚନରେ ଜନସଂଘକୁ ଅଦ୍ଭୂତପୂର୍ବ ସଫଳତା ମିଳିଲା । ମୋରାଜୀ ଦେଶାଈଙ୍କ ନେତୃତ୍ୱରେ ଦେଶରେ ଜନତା ପାର୍ଟି ସରକାର ଗଠନ କଲା । ତେବେ ୧୯୭୯ରେ ଜନତା ପାର୍ଟି ସରକାରର ପତ୍ତନ ଘଟିଲା । ଲୋକଦଳ ନେତା ଚୌଧରୀ ଚରଣ ସିଂହ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେଲେ ।

କିପରି ଆରମ୍ଭ ହୋଇଥିଲା ବିଜେପି - ୧୯୮୦ ନିର୍ବାଚନରେ ଜନତା ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା । ଏହାପରେ ଦଳରୁ ସମାଜବାଦୀ ଓ ଜନସଂଘ ସହ ଜଡ଼ିତ ନେତାମାନେ ଅଲଗା ହୋଇଯାଇଥିଲେ । ଆଉ ପରେ ଜନ୍ମ ନେଇଥିଲା ବିଜେପି । ୧୯୮୦ ଏପ୍ରିଲ ୬ରେ ଦିଲ୍ଲୀର ଫିରୋଜଶାହ କୋଟାଲା ଗ୍ରାଉଣ୍ଡରେ ଲାଲକୃଷ୍ଣ ଆଡଭାନୀ ଓ ଅଟଳ ବିହାରୀ ବାଜପେୟୀଙ୍କ ମିଶି ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ଆଉ ନିର୍ବାଚନୀ ଚିହ୍ନ 'ପଦ୍ମ' ରଖାଯାଇଥିବା ବେଳେ ଅଟଳ ବିହାରୀ ବାଜପେୟୀ ବିଜେପିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୮୪ ଲୋକସଭା ନିର୍ବାଚନରେ ବିଜେପିକୁ ଭଲ ସଫଳତା ମିଳିନଥିଲା । ବାଜପେୟୀ ପରାଜୟ ବରଣ କରିଥିଲେ । ପରେ ୧୯୮୬ରେ ଆଡଭାନୀ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲ।

ଅଟଳ ଦେଇଥିଲେ 'ବିଜେପି' ନାଁ

ଜନତା ଦଳରୁ ବହିଷ୍କୃତ ହେବା ପରେ ଏହାର ଯଥେଷ୍ଟ ପୂର୍ବରୁ ନୂଆ ଇତିହାସ ରଚନା କରିବା ପାଇଁ ରଣନୀତି ରଚି ସାରିଥିଲେ ଅଟଳ ବିହାରୀ ବାଜପେୟୀ । ପରଦିନ ଅର୍ଥାତ 5 ଓ 6 ଏପ୍ରିଲରେ ଦୁଇ ଦିନ ଧରି ଏକ ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀରେ ଡାକିଲେ ଅଟଳ ବିହାରୀ ବାଜପେୟୀ । ଯେଉଁଥିରେ 3 ହଜାରରୁ ଅଧିକ ନେତା ଯୋଗଦେଇଥିଲେ । ଆଉ ଅନେକ ବିଚାର ବିମର୍ଶ ପରାମର୍ଶ ପରେ 6 ଏପ୍ରିଲ 1980 ସଂଧ୍ୟାରେ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତୀୟ ଜନତା ପାର୍ଟି (ବିଜେପି) ।

ଆରମ୍ଭରୁ ବିପର୍ଯ୍ୟ ଦେଖିଥିଲା ବିଜେପି

ନୂଆ ଦଳ ନୂଆ ଲକ୍ଷ୍ୟ ସହ ବର୍ଷ 1984 ସାଧାରଣ ନିର୍ବାଚନକୁ ଓହ୍ଲାଇଥିଲା ବିଜେପି । ହେଲେ ଦଳକୁ ପ୍ରଚଣ୍ଡ ପରାଜୟ ଭୋଗିବାକୁ ପଡିଥିଲା । ଦଳ ମାତ୍ର 2 ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା । ଏହାକୁ ନେଇ ସେତେବେଳେ ଅଟଳଙ୍କୁ ଅନେକ ରାଜନୈତିକ ଦଳ କଡା କଟାକ୍ଷ କରିଥିଲେ । ଆଉ ଲୋକସଭାରେ ବିରୋଧୀଙ୍କୁ ଏହାର ଜବାବ ଦେଇ ଅତ୍ୟନ୍ତ ଭାବବିହ୍ବଳ କଣ୍ଠରେ ଅଟଳ କହିଥିଲେ, ଆମକୁ ବହୁମତ ମିଳିଲା ନାହିଁ । ଆମେ ଦେଶବାସୀଙ୍କ ବିଶ୍ବାସ ଜିତିପାରିଲୁ ନାହିଁ । ହେଲେ ଆମେ ଆମର ନିଷ୍ଠା, ସାଧନା, ସଂଘର୍ଷ, ସେବା ଓ ରାଷ୍ଟ୍ରବାଦକୁ ନେଇ ଲଢେଇ କରିବୁ । ଆଜି ଆମେ ଲୋକସଭାରେ 2 ଜଣ ସଦସ୍ୟ ଅଛୁ ବୋଲି କଂଗ୍ରେସ ସମେତ ସାରା ବିରୋଧୀ ଆମ ଉପରେ ହସୁଛନ୍ତି । ହେଲେ ଦିନେ ସମୟ ଆସିବ ... ଦେଶବାସୀ ଆମକୁ ସମର୍ଥନ ଦେବେ... ଆମେ ପୂର୍ଣ୍ଣ ବହୁମତ ସହ ଦେଶର ସେବା କରିବାର ସୁଯୋଗ ପାଇବୁ ... ସାରା ଦେଶର ଆମର ସରକାର ଥିବା ... ଆଉ ସେତେବେଳେ କଂଗ୍ରେସ ଉପରେ ଦେଶବାସୀ ହସୁଥିବେ ।

1984 ପରେ ରଣନୀତି ପରିବର୍ତ୍ତନ କଲା ବିଜେପି

1984 ସାଧାରଣ ନିର୍ବାଚନରେ ବିଜେପିର ପରାଜୟ ପରେ ଦଳ ନିଜ ରଣନୀତିରେ କଲା ବଡ ପରିବର୍ତ୍ତନ । ଗାନ୍ଧୀଙ୍କ ଆଦର୍ଶ, ଜେପିଙ୍କ ସ୍ବପ୍ନ, ଆମ୍ବେଦକର, ଭଗତ ସିଂ, ସୁବାଷ ବୋଷଙ୍କୁ ଆଦର୍ଶ ମାନୁଥିବା ବିଜେପିର ରଣନୀତିରେ ଯୋଡିହେଲା ହିନ୍ଦୁତ୍ବ । ବିଜେପରି ଚାଲ, ଚରିତ୍ର ଓ ଚେହେରା ଥିବା ଅଟଳ ହିନ୍ଦୁତ୍ବକୁ ନେଇ ମଧ୍ୟ ନିଜ ରଣନୀତିରେ ସ୍ପଷ୍ଟ କଲେ । ଆଉ ହିନ୍ଦୁତ୍ବ ବିଚାରଧାରା ସହ ରାଷ୍ଟ୍ରବାଦକୁ ଆୟୁଧ କରି ଅଟଳ ଆଡଭାନୀ ଯୋଡି ଲଢିଲେ 1989 ନିର୍ବାଚନ । ଆଉ ସେହି ଦିନ ଠାରୁ ଉତ୍ଥାନ ପତନ ଦେଇ ସଂଘର୍ଷ କରି ଅଟଳ ଆଡୱାଣୀ ବିଜେପିକୁ ଏକ ରାଷ୍ଟ୍ରୀୟ ପାର୍ଟିରେ ପରିଣତ କରିବାରେ ସଫଳ ହେଲେ ।

ଆରମ୍ଭ ହେଲା ବିଜେପିର ସ୍ବର୍ଣ୍ଣିମ ଯୁଗ

2014 ସାଧାରଣ ନିର୍ବାଚନରେ ବିଜେପି ଯାହା କରି ଦେଖାଇଲା ତାହା ଭାରତୀୟ ରାଜନୀତିରେ କେବେ ହୋଇନଥିଲା । କୌଣସି ଦଳ ଏକାକି ପୂର୍ଣ୍ଣ ବହୁମତ ସହ ଦିଲ୍ଲୀ ଦଖଲ କଲା । ବିଜେପି 282 ଟି ଆସନ ପାଇ ସରକାର ଗଠନ କଲା । ଆଉ ବିଜେପିରେ ଅଟଳ-ଆଡୱାଣି ଯୋଡି ପରେ ଆରମ୍ଭ ହେଲା ମୋଦି-ଶାହା ଯୋଡି । ଉଭୟ ଦଳର ବିସ୍ତାର ସହ ସାରା ଦେଶ ଉପରେ ଦଳର ଶକ୍ତି ବୃଦ୍ଧି ପାଇଁ କୌଣସି ସୁଯୋଗ ଛାଡିଲେ ନାହିଁ । ନିଜେ ମୋଦି ସରକାର ସମ୍ଭାଳିବା ସହ ଅନୁଗତ ଶାହାଙ୍କୁ ଦେଲେ ସଂଗଠନ ଦାୟିତ୍ବ । ଅମିତ ଶାହା ମଧ୍ୟ ସାରା ଦେଶ ପରିଭ୍ରମଣ କରି ସବୁଠି ଦଳର ସଂଗଠନକୁ ବଢାଇବାରେ ଲାଗିଲେ । ଏକାଧିକ ରାଜ୍ୟ ଦଖଲ କଲେ । 2018 ସୁଦ୍ଧା ଦଳ 19 ଟି ରାଜ୍ୟ ଦଖଲ କରିବାରେ ସଫଳ ହେଲା । ଉଭୟ ପୁରା କର୍ପୋରେଟ ଢାଞ୍ଚାରେ ଦଳକୁ ପୁରା ଦେଶରେ ବିସ୍ତାର କଲେ । ଏହାସହ ଦଳର ସାମ୍ବିଧାନିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କଲେ । ଦଳର ବରିଷ୍ଠ ନେତାଙ୍କୁ ସଂଗଠନରୁ ହଟାଇ ନୂଆ ନୂଆ ନେତାଙ୍କୁ ଆଣିଲେ । ଏହାସହ ରାଜ୍ୟ ସ୍ତରୀୟ ନେତାଙ୍କୁ ମଧ୍ୟ ସୁଯୋଗ ଦେଲେ ।

ସବୁଠାରୁ ବଡ଼ ଦଳ - ୧୯୯୬, ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା । ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହେଇଥିଲେ । ଏହାପରେ ୨୦୧୪ ଠାରୁ ଜିତିଥିଲା ବିଜେପି । ନରେନ୍ଦ୍ର ମୋଦୀଙ୍କ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ । ୨୦୧୪ ନିର୍ବାଚନରେ ଦଳ ୨୮୨ଟି ସିଟ୍ ହାସଲ କରିଥିବା ବେଳେ ୨୦୧୯ରେ ୩୦୩ ସିଟ୍ ଅକ୍ତିଆର କରି ରେକର୍ଡ କରିଥିଲା । ଆଉ ୨୦୨୪ରେ ୨୪୦ ଆସନ ଜିତିଛି ବିଜେପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+