ମେଣ୍ଟ ଚର୍ଚ୍ଚା ଭିତରେ ଆସନ୍ତାକାଲି ବିଜେପିର ନିର୍ବାଚନ କମିଟି ବୈଠକ; ବିନା ମେଣ୍ଟରେ ଲଢିବ ବିଜେପି !
କାଲି ବିଜେପିର ନିର୍ବାଚନ କମିଟି ବୈଠକ । ଶୁକ୍ରବାର ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ରାଜ୍ୟର ସମସ୍ତ ଆସନ ପାଇଁ ଆଲୋଚନା ହୋଇପାରେ ।
ଗତକାଲି ଦିଲ୍ଲୀରେ ବୈଠକ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ । ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହେଇଛି । ସବୁ ସିଟ୍ ପାଇଁ ତନ୍ନ ତନ୍ନ କରି ପରୀକ୍ଷା ନୀରିକ୍ଷା କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ଗଣମାଧ୍ୟକୁ ସୂଚନା ଦେଇ ମନମୋହନ ସାମଲ କହିଛନ୍ତି, ମୁଁ ବାରମ୍ବାର କହି ଆସୁଛି ଓଡ଼ିଶା ବିଜେପି ସରକାର ଗଠନ କରିବ । ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର ଗଠନ କରିବୁ । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ବିଜେପି ରାଜ୍ୟରେ ଏକାକି ନିର୍ବାଚନ ଲଢିବ ଏବଂ ମେଣ୍ଟ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇଛନ୍ତି ।

ଦିଲ୍ଲୀରୁ ଓଡ଼ିଶା ଫେରିବା ପରେ ସେ କହିଛନ୍ତି, ସବୁ କିଛି ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଜାରି ରହିଛି । ସମସ୍ତ ବିଷୟରେ ବିଚାର ଏବଂ ଆଲୋଚନା ହୋଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ସବୁ ବିଷୟରେ ଆଲୋଚନା କରୁଛୁ ।
ସୂଚନାଯୋଗ୍ୟ ଯେ, ରାଜ୍ୟ ବିଜେପି ସଭାପତି ଏକାକି ଲଢିବା ନେଇ ଆଜି ପ୍ରତିକ୍ରିୟା ରଖିବା ପରେ, ଆସନ୍ତାକାଲି ଏହି ବୈଠକ ବସିବାକୁ ଯାଉଛି । ଗୁରୁବାର ରାଜ୍ୟରେ ବିଜେପି ଏକାକି ଲଢିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମନମୋହନ ସାମଲ । ଯାହା କି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।












Click it and Unblock the Notifications