ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା କରୁଛି ବିଜେପି: ପ୍ରତାପ ଦେବ
ଭୁବନେଶ୍ବର: ଝାରସୁଗୁଡ଼ାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି, ସମ୍ବଲପୁର ହିଂସା ଇତିହାସ ହିଁ କହିବ ବିଜେପି ପ୍ରଶ୍ନର ଉତ୍ତର ।
ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ କିଛି ନା କିଛି ସେଠି ଝାମେଲା ହୁଏ । କିଏ ଝାମେଲା କରେ ତାହା ରାଜ୍ୟବାସୀ ଜାଣିଛନ୍ତି । ବର୍ତ୍ତମାନର ବିରୋଧୀ ଦଳ ନେତା । ଏଇଟା ଆଜି କା କଥା ନୁହେଁ ବିଗତ ୨୦ ବର୍ଷ ହେବ ଏମିତି କରି ଆସିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ ଦେବ । ହନୁମାନ ଜୟନ୍ତୀ ଓ ରାମ ନବମୀରେ ସେଠି ଅସାମାଜିକ କାର୍ଯ୍ୟକ୍ରମ କରି ହିନ୍ଦୁ ମୁସଲିମ ଟେନସେନ ବା ସାମ୍ପ୍ରଦାୟିକ ଟେନସନ କିଏ ସୃଷ୍ଟି କରୁଛି ।

ପ୍ରତାପ ଦେବ କହିଛନ୍ତି, ନିଜେ ପୂଜାରୀ ବାବୁ ଅଛନ୍ତି ସେଠାକାର ସେ ନିଜେ କୁହନ୍ତୁ ବିଗତ ୧୫ ବର୍ଷ ହେବ ଯେଉଁ ଟେନସନ ହେଉଛି କଣ ବିଜେଡି କରାଉଛି କି ? କେବଳ ବିଜେପି ହିଁ ଏସବୁ କରଉଛି । ଗଣମାଧ୍ୟମ ପାଖରେ ବି ତାହାର ଶହ ଶହ କ୍ଲିପିଂ ଥିବ।
ଜୟନାରାୟଣ ମିଶ୍ର ଏଥର ନଥିଲେ ମଧ୍ୟ ସେ ଯେଉଁ ସଂସ୍ଥା ତିଆରି କରିଛନ୍ତି ସେମାନେ ଏପରି କରୁଛନ୍ତି । କିନ୍ତୁ ବିଜେଡିର ସ୍ପଷ୍ଟ ଆଭିମୁଖ୍ୟ, ଯିଏ ବି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି କିମ୍ବର ଉସୁକାଉଛି, ସେ ବିଜେଡି, ବିଜେପି କିମ୍ବା କଂଗ୍ରେସ ଅଥବା ଯେକୌଣସି ଦଳର ହୋଇ ଥାଆନ୍ତୁ ନା କାହିଁକି ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଆଇନକୁ ତା କାମ କରିବା ପାଇଁ ଦିଆଯାଉ ବୋଲି କହିଛନ୍ତି ପ୍ରତାପ କେଶରୀ ଦେବ ।












Click it and Unblock the Notifications