ପଞ୍ଚାୟତ ନିର୍ବାଚନ: ଦଳୀୟ କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ପ୍ରତିନିଧି ଦଳ ଭେଟିଲା ପୁଲିସ ଡିଜିଙ୍କୁ
ଭୁବନେଶ୍ବର: ପାଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର ଚାଲିଥିବା ବେଳେ ନିର୍ବାଚନରେ କେତେକ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛି ବିଜେପି । ମାଲକାନଗିରିରେ ଦଳୀୟ ଜିଲ୍ଲା ପରିଷଦ ସଭ୍ଯ ପ୍ରଦୀପ କୁମାର ମାଡକମିଙ୍କୁ ମୁହଁରେ କପଡା ବାନ୍ଧିଥିବା କିଛି ଦୁବୃତ ଅପହରଣ କରିବା ସହିତ ପ୍ରଚାର ନକରିବାକୁ ଧମକ ଦେଇଥିଲେ। ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲେ ମଧ୍ୟ ଏଯାଏଁ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ଯୋଗୁଁ ଦଳ କ୍ଷୋଭ ପ୍ରକାଶ ପାଇଛି ।

ବିଜେପିର ଏକ ପ୍ରତିନିଧିଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ଵରେ ପୁଲିସ ଡ଼ିଜିଙ୍କୁ ତାଙ୍କ କ୍ୟାମ୍ପ ଅଫିସରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ଦଳୀୟ କର୍ମୀଙ୍କ ପ୍ରତି ଆକ୍ରମଣ ତଥା ହିଂସାତ୍ମକ କାର୍ଯ୍ୟ କଳାପ ବଢି ଚାଲିଥିବା ନେଇ ବିଜେପି ଅଭିଯୋଗ କରିଛି । ସେହିପରି ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ମାଲକାନଗିରି ଜିଲ୍ଲା କାଲିମେଳା ଜୋନ ବିଜେପି ପ୍ରାର୍ଥୀ ରିନା କବାସୀଙ୍କୁ ପ୍ରଚାର ନ କରିବା ତଥା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଦିଆଯାଇଥିବା ନେଇ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଦଳୀୟ କର୍ମୀ ତଥା ନେତା ମାନଙ୍କୁ ଆକ୍ରମଣ ଓ ପ୍ରଚାର କାର୍ଯ୍ୟରେ ବିଘ୍ନ ସୃଷ୍ଟି କରୁଥିବା ସଂକ୍ରାନ୍ତରେ ବିଜେପି କ୍ଷୋଭ ପ୍ରକାଶ କରି ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।












Click it and Unblock the Notifications