ଓଡିଶାରେ ବିଜେପି ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀରେ ବିଜେପି କୋର୍ କମିଟି ବୈଠକ

ଓଡ଼ିଶା ଲୋକସଭା ପ୍ରାର୍ଥୀ ଚୟନ ନେଇ ବିଜେପି କୋର୍ କମିଟି ମିଟିଂ। ଦିଲ୍ଲୀରେ ଦଳୀୟ ମୁଖ୍ୟାଳୟରେ ବିଜେପି କୋର୍ କମିଟି ବୈଠକ ଚାଲିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି । ନିର୍ବାଚନ ପ୍ରଭାରୀ ବିଜୟପାଲ୍ ତୋମାର ଓ ମନମୋହନ ସାମଲ ଉପସ୍ଥିତ ଅଛନ୍ତି ।

ଏହି ବୈଠକରେ ଓଡିଶାର ବିଜେପି ଟିକେଟ୍ ନେଇ ଚୂଡାନ୍ତ ହୋଇପାରେ । ପୂର୍ବରୁ ଭାରତୀୟ ଜନତା ପାର୍ଟି ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବାକିଥିବା ୩ ଲୋକସଭା ସମେତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁରେ ବଜିବ ମୋହର । ବିଧାନସଭା ପ୍ରାର୍ଥୀ ତାଲିକା ସହ ୩ ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ବୈଠକରେ ଆଲୋଚନା ଚାଲିଛି ।

ସେହିପରି ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ବିଜେପି ଓଡିଶା ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଗସ୍ତରେ ଅଛନ୍ତି ।

ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦିନେ ଦୁଇ ଦିନରେ ତାଲିକା ଆସିପାରେ ବୋଲି ବିଜେପି ନେତା ପୃଥୀରାଜ ହରିଚନ୍ଦନ ।

ପୂର୍ବରୁ ଓଡିଶା ପାଇଁ ବିଜେପି କେବଳ ୧୮ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଗତକାଲି ବିଜେଡି ୭୩ ବିଧାନସଭା ଓ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+