ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ବିରୋଧୀଙ୍କ କଟାକ୍ଷ: ଦେଖନ୍ତୁ, କିଏ କଣ କହିଲେ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ କରି ନବୀନଙ୍କ ଜାପାନ ଗସ୍ତକୁ କଡ଼ା ସମାଲୋଚନା କରିଛି ବିଜେପି ।

ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ । ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି । କିନ୍ତୁ ରାଜ୍ୟ ରାଜ କୋଷରେ ଥିବା ଲୋକଙ୍କ କଷ୍ଟ ଅର୍ଜିତ ଟିକସ ଅର୍ଥକୁ ଖର୍ଚ୍ଚ କରି ଛୁଟି କଟାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ସତ୍ୟବ୍ରତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଛୁଟି କଟାଇବା ପାଇଁ ମନା ନାହିଁ । କିନ୍ତୁ ରାଜ୍ୟର ଯୁବକ ମାନଙ୍କୁ ମିଛ ପ୍ରତିଶୃତି ଦିଅନ୍ତୁ ନାହିଁ ।

CM Naveen Patnaiks Japan Visit

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ସପ୍ତାହେ ପାଇଁ ନିଜ ପ୍ରତିନିଧି ଦଳ ସହ ଯାଇଛନ୍ତି । ମାତ୍ର ୫ରୁ ୬ ଘଣ୍ଟାର କାର୍ଯ୍ୟକ୍ରମ ଥିଲା । ମୁଖ୍ୟମନ୍ତ୍ରୀ ଜାପାନ ଛୁଟି କଟାଇବାକୁ ଯାଇଛନ୍ତି ବୋଲି ବିଜେପି କଟାକ୍ଷ କରିଛି ।

ଏଥସହ ସତ୍ୟବ୍ରତ କହିଛନ୍ତି ୨୦୧୯ ପୂର୍ବରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଭାରତ ସରକାରଙ୍କ ଦ୍ୱାରା ଷ୍ଟିଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଘୋଷଣା କରାଯାଇଥିଲା । ଓଡ଼ିଶାକୁ ଜାପାନ ପୁଞ୍ଜିନିବେଶକୁ ଆଣିବାରେ ସଫଳ ନେତା ହେଉଛନ୍ତି ଏବେର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ନୁହେଁ ବରଂ ଦୁଇଟି ବୃହତ ପ୍ରକଳ୍ପକୁ ଓଡ଼ିଶାକୁ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଯେଉଁ ନିପନ୍ ଷ୍ଟିଲ ପାଇଁ ମୁଖ୍ୟମନ୍ତ୍ରୀ ବାହା ବାହା ନେଉଛନ୍ତି, ଅକ୍ଟୋବର ୨୫, ୨୦୧୯ରେ ଇସ୍ପାତ୍ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ସମୟରେ ସେ ପ୍ରତିନିଧି ମଣ୍ଡଳୀ ସହ ୫ ଦିନିଆ ଜାପାନ ଗସ୍ତରେ ଯାଇ ନିପନ ଷ୍ଟିଲ ସମେତ ଜାପାନର ପ୍ରମୁଖ ଇସ୍ପାତ୍ କମ୍ପାନୀଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ କରିବା ସହ ଭାଗିଦାରୀ ହେବା ପାଇଁ ନିମନ୍ତ୍ରଣ କରିଥିଲେ ।

ଏଥି ସହ ସତ୍ୟବ୍ରତ କହିଛନ୍ତି, ୨୦୦୬ ମସିହାରେ ଆର୍ସେଲର ମିତ୍ତଲ ୫୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ କେନ୍ଦୁଝର ଜିଲ୍ଲାରେ ୧୨ ମିଲିୟନ ଟନର ଇସ୍ପାତ୍ କାରଖାନା ସ୍ଥାପନା ଦେଇ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲେ କିନ୍ତୁ ୨୦୧୩ରେ ଏହି ପ୍ରକଳ୍ପରୁ ଓହରିଯିବା ନେଇ ଘୋଷଣା କରିଥିଲେ । ଏହି ପ୍ରକଳ୍ପକୁ ରାଜ୍ୟ ସରକାର ଆଗେଇ ନେବାରେ ବିଫଳ ହୋଇଛନ୍ତି । ଯେଉଁ କେନ୍ଦୁଝର ଜିଲ୍ଲାରୁ ରାଜ୍ୟ ସରକାର ବିପୁଳ ରାଜସ୍ୱ ପାଉଛନ୍ତି, ସେହି ଅଞ୍ଚଳକୁ କିଛି ନ ଦେବାର ଯୋଜନା କାହିଁକି ବୋଲି ରାଜ୍ୟ ସରକାରଙ୍କୁ ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ସେହିପରି ପୁରୀ ସାଂସଦଙ୍କ ଗସ୍ତକୁ ନେଇ ବି ପ୍ରଶ୍ନ ଉଠାଇଛି ଦଳ ।

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଜାପାନ ଯାଇ ମଉଜ କରୁଛନ୍ତି ଓଡ଼ିଆ ଅଫିସର । ଅଫିସର ମାନେ ହୋଟେଲରେ ଖାଇପିଇ ଟୁରିଷ୍ଟ ସ୍ଥାନ ବୁଲୁଛନ୍ତି ବୋଲି କହିଛନ୍ତି ସୁର ।

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଜାପାନର ନିପନ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବ । ବର୍ତ୍ତମାନ ସୁଦ୍ଧା ୨୬ ହଜାର କୋଟି ଟଙ୍କାର ନିବେଶ ପାଇଁ ଜାପାନରୁ ପ୍ରସ୍ତାବ ପ୍ରାୟ ଆସିଗଲାଣି । ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ଦେଶ୍ୟରେ ଯାଇଛନ୍ତି ସେ ଉଦ୍ଦେଶ୍ୟ ସାଧିତ ହେବ ବୋଲି ବିଜେଡି କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+