Jharkhand Assembly Election :ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟସକୁ ନେଇ ସୃଷ୍ଟି ହେଲା ରାଜନୈତିକ ଝଡ଼, ଆସାମ ସିଏମ କହିଲେ.....
ରାଞ୍ଚି : ମହାରାଷ୍ଟ୍ର ସହିତ ଝାଡ଼ଖଣ୍ଡରେ ଏକାଠି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ଜିତିବା ପାଇଁ ରାଜନୈତିକ ଦଳମାନେ ନିରନ୍ତର ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ଝରଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବୟସକୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ । ଅର୍ଥାତ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି ।
ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି । ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ । ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହ-ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏପରି ଭୁଲ୍ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ। କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ପରାସ୍ତ କରିବେ। ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସର୍ବଦା ଏହିପରି କରନ୍ତି। ଆମେ ନିର୍ବାଚନ ଆୟୋଗଙ୍କୁ ଏହା ଜଣାଇଛୁ। ଏହା ଭୁଲ ଅଟେ।

ଏଥି ସହ ଜେଏମଏମ ନେତା ମନୋଜ ପାଣ୍ଡେ କହିଛନ୍ତି ଯେ ଜେଏମଏମ କିଛି ଲୁଚାଇ ନାହିଁ। ସମସ୍ତ ଡକ୍ୟୁମେଣ୍ଟ୍ ଦିଆଯାଇଛି । ଡକ୍ୟୁମେଣ୍ଟ ଦିଆଯିବା ପରେ ରିଟର୍ଣ୍ଣିଂ ଅଫିସର ଚୁପ୍ ରହିଲେ ଏବଂ ପରାଜୟ ପରେ ବିଜେପି ଷଡଯନ୍ତ୍ର କରୁଛି। ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି। ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ। ବିଜେପିର ବହୁ ନେତା ଫର୍ଜି ଡିଗ୍ରୀ ଦାଖଲ କରିଥିବା ଆମେ ଜାଣିଛୁ। କିନ୍ତୁ ଆମେ ଏପରି କୌଣସି ବି ଫର୍ଜି ଦସ୍ତାବିଜ ଦାଖଲ କରୁନା ବୋଲି ସେ କହିଛନ୍ତି।












Click it and Unblock the Notifications