ଆଜି ଆସିପାରେ ବିଜେପି ପ୍ରାର୍ଥୀ ତାଲିକା ! ୨୦ରୁ ୨୨ ପ୍ରାର୍ଥୀ ତାଲିକା ଆସିପାରେ ବୋଲି କହିଲେ ତୋମର

ଆଜି ଆସିପାରେ ବିଜେପି ପ୍ରାର୍ଥୀ ତାଲିକା ! ରାଉରକେଲାରେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର। ଆଜି ୨୦ରୁ ୨୨ ପ୍ରାର୍ଥୀ ତାଲିକା ଆସିପାରେ କହିଲେ ତୋମର । ୨୦ ପୂର୍ବରୁ ବାକି ଥିବା ସମସ୍ତ ପ୍ରାର୍ଥୀ ତାଲିକା ଆସିଯିବ । ରାଉରକେଲାରେ ସମସ୍ତ ବିଧାନସଭା ସହ ଲୋକସଭା ଜିତିବୁ ।

Vijaypal Singh Tomar

ଖୁବ୍‌ ଶୀଘ୍ର ବିଜେପିର ବାକି ଥିବା ପ୍ରାର୍ଥୀ ତାଲିକା ଆସିବ ବୋଲି କହିଥିଲ ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମର । ୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

ଗୋଟିଏ ଆସନ ପାଇଁ ପ୍ରାର୍ଥୀ ବଦଳି ପାରନ୍ତି ବୋଲି କହିଥିଲେ ତୋମର । ସଂରକ୍ଷିତ ଆସନରେ ତ୍ରୁଟି ଯୋଗୁଁ ସେଠି ପ୍ରାର୍ଥୀ ବଦଳିପାରେ ବୋଲି ସେ କହିଛନ୍ତି ।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।
ଆଶାୟୀଙ୍କ ବିକ୍ଷୋଭ ପ୍ରତିବାଦକୁ ନେଇ ତୋମାର କହିଛନ୍ତି, ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯ୍ୟାଳୟରେ ଟିକେଟ ପାଇଁ ଦାବି କରିବା କିଛି ନୂଆ କଥା ନୁହେଁ । ବିଦ୍ରୋହ କରୁଥିବା ସମସ୍ତେ ଦଳର ବିଚାରଧାର ସହ ଜଡିତ । ସମସ୍ତେ ଆମ ସାଙ୍ଗରେ ଅଛନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ତୋମାର । ଏହାସହ କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଆସି ପ୍ରଚାର କରିବା ନେଇ ମଧ୍ୟ ୨ ତିନି ଦିନ ଭିତରେ ନିଷ୍ପତି ନିଆଯିବ ବୋଲି ସେ ଗତକାଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+