ମଣ୍ତି ଆସନରୁ ନାମାଙ୍କନ ଭରିଲେ କଙ୍ଗନା ରଣାୱତ
BJP Candidate Kangana Ranaut File Nomination: ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ଦିନ ଏକ ବିଶାଳ ରୋଡ୍ ଶୋ' କରି କଙ୍ଗନା ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ସମୟରେ ଜୟରାମ ଠାକୁର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଏହି ଆସନରୁ ତାଙ୍କର ବିପକ୍ଷରେ ନିର୍ବାଚନ ଲଢୁଛନ୍ତି କଂଗ୍ରେସର ବିକ୍ରମଦିତ୍ୟ ସିଂ।

ନାମାଙ୍କନ ଦାଖଲ କରିବା ପୂର୍ବରୁ କଙ୍ଗନା ରାନାୱତ କହିଛନ୍ତି, "ଆମର ସୌଭାଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ କାଶୀରୁ ନାମାଙ୍କନ ଦାଖଲ କରୁଛନ୍ତି ଏବଂ ମୁଁ ଛୋଟ କାଶୀରୁ । ସେହିପରି ଏହା ଭାରତର ସୌଭାଗ୍ୟ ଯେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।












Click it and Unblock the Notifications