ବିଜେପି ପକ୍ଷରୁ କଳାହାଣ୍ଡିରେ 12 ଘଣ୍ଟିଆ ବନ୍ଦ ପାଳନ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରାଯାଉଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି ।

ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରୁଛନ୍ତି ବିଜେପି ନେତା ଓ କର୍ମୀ । ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ବନ୍ଦ ରହିଛି ଦୋକାନ ବଜାର । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ଗାଡ଼ିମୋଟର ଚଳାଚଳ ବି ବନ୍ଦ।
ବିଜେପି ଅଭିଯୋଗ କରିଛି, ମମିତାଙ୍କ ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ଗୋବିନ୍ଦ ସାହୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ । ସ୍କୁଲ ବିରୋଧରେ ଏବେ ସାଂଘାତିକ ଅଭିଯୋଗ ସାମନାକୁ ଆସୁଛି । ଘଟଣାର ସଠିକ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ।












Click it and Unblock the Notifications