Get Updates
Get notified of breaking news, exclusive insights, and must-see stories!

ମାଗଣା ଚାଉଳରେ ରାଜନୀତି ଛୁଙ୍କ: କିଏ ଦେଉଛି କେତେ ? ପରସ୍ପର ଉପରେ ଦୋଷ ଲଦିଲେ ବିଜେଡ଼ି-ବିଜେପି

କେନ୍ଦ୍ର ଓ ରାଜ୍ୟର ମାଗଣା ଚାଉଳ ବଣ୍ଟନ ଘୋଷଣା ପରେ ସାଧାରଣରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରକୃତରେ କିଏ ଦେଉଛି କେତେ ଚାଉଳ ? ମାଗଣା ଚାଉଳ ପିଛା କିଏ କେତେ ଖର୍ଚ୍ଚ କରୁଛନ୍ତି ? ନୂଆ ଘୋଷଣା ପରେ, ଏବେ ମୁଣ୍ଡ ପିଛା କେତେ ଓ କେଉଁମାନଙ୍କୁ ଚାଉଳ ମିଳିବ ?

Free Rice Politics in Odisha: ମାଗଣା ଚାଉଳ ବଣ୍ଟନକୁ ନେଇ ଏବେ ଜୋର ଧରିଛି ରାଜନୀତି । କେନ୍ଦ୍ର ସରକାର ୮୧ କୋଟିରୁ ଅଧିକ ଲୋକଙ୍କୁ ବର୍ଷକ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଦେବା ଲାଗି ନୂଆ ସ୍କିମ୍ ଘୋଷଣା କରିବା ପରେ ଓଡ଼ିଶା ସରକାର ମଧ୍ୟ ବର୍ଷକ ପାଇଁ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ଲାଗି ଯୋଜନା ଆଣିଛନ୍ତି ।

ମାଗଣା ଚାଉଳ ରାଜନୀତି

ତେବେ କେନ୍ଦ୍ର ଓ ରାଜ୍ୟର ମାଗଣା ଚାଉଳ ବଣ୍ଟନ ଘୋଷଣା ପରେ ସାଧାରଣରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରକୃତରେ କିଏ ଦେଉଛି କେତେ ଚାଉଳ ? ମାଗଣା ଚାଉଳ ପିଛା କିଏ କେତେ ଖର୍ଚ୍ଚ କରୁଛନ୍ତି ? ନୂଆ ଘୋଷଣା ପରେ, ଏବେ ମୁଣ୍ଡ ପିଛା କେତେ ଓ କେଉଁମାନଙ୍କୁ ଚାଉଳ ମିଳିବ ?

ଏଣିକି ୧୦ କେଜି ନୂହେଁ, ମାସିକ ମିଳିବ ୫ କିଲୋ ମାଗଣା ଚାଉଳ

ଇତିମଧ୍ୟରେ ମାଗଣା ଚାଉଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । କରୋନା ସମୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହୋଇଯାଇଛି । ଫଳରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ମୋଟ ୧୦ କେଜି ଲେଖା ଚାଉଳ ପାଉଥିବା ବେଳେ ଏବେ ସେଥିରୁ ବଞ୍ଚିତ ହେବେ ବୋଲି କହିଛି ବିଜେଡି । ଯାହାକୁ କାଉଣ୍ଟର କରିଛି ବିଜେଡି ।

ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଯେ, ରାଜ୍ୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ ହେବା ପରଠୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୧୦ କେଜି ଲେଖାଏଁ ଚାଉଳ ମିଳୁଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଓ କୋଭିଡ ସମୟରେ ୨୮ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି, ମିଶି ସମୁଦାୟ ୧୦ କେଜି ଚାଉଳ ପାଉଥିଲେ ପ୍ରତି ହିତାଧିକାରୀ । ମାତ୍ର ଗତ ଡିସେମ୍ବର ୨୨ରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଛି କେନ୍ଦ୍ର । ଯାହା ଫଳରେ ଓଡ଼ିଶାର କେବଳ ଗରିବ ପରିବାର ହଇରାଣ ହେଲେନି ବରଂ ଚାଷୀ ଭାଇ ମାନେ ମଧ୍ୟ ହନ୍ତସନ୍ତ ହେବେ ।

ମାଗଣା ଚାଉଳ ରାଜନୀତି

ଏହି ଅନ୍ନ ଯୋଜନା ଚାଲୁଥିବା କାରଣରୁ ଅଧିକ ଚାଉଳର ଆବଶ୍ୟକତା ପଡୁଥିଲା । ସରକାର ଅଧିକ ଚାଉଳ କିଣୁଥିଲେ । ଯାହାଦ୍ୱାରା ଚାଷୀ ଭାଇ ଉପକୃତ ହେଉଥିଲେ । ଅଧିକ ଧାନ ସଂଗ୍ରହ ଫଳରେ ଚାଷୀ ଭାଇ ମାନେ ଏମଏସପି ଦରରେ ଚାଉଳ ବିକୁଥିଲେ । କିନ୍ତୁ କମ ଧାନ ସଂଗ୍ରହ ଫଳରେ ଚାଷୀ ଭାଇ ମାନେ ବଳକା ଚାଉଳ ଏମଏସପି ଦରରେ ବିକ୍ରି କରିପାରିବେନି । ତେଣୁ ବାହାରେ କମ ଦରରେ ଧାନ ବିକିବାକୁ ବାଧ୍ୟ ହେବେ ଚାଷୀ । ଯାହା ଚାଷୀ ଭାଇଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବ ବୋଲି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି ।

ହନୁ ମଲା ବେଳେ ସତ: ବିଜେପି

କହିରଖୁ କି, କେନ୍ଦ୍ର ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ଲୋକମାନେ ବର୍ଷକ ଯାଏଁ ମାସିକ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ସଂପୂର୍ଣ୍ଣ ମାଗଣାରେ ପାଇବେ । ତେବେ ବିଜେଡିକୁ ଜବାବ ଦେବାକୁ ଯାଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛି । ଚାଉଳକୁ ନେଇ ବିଜେଡି ଶେଷରେ ସତ ମାନିଥିବା କହିଛି ବିଜେପି। ସସ୍ମିତ ପାତ୍ରଙ୍କ ମନ୍ତବ୍ୟରେ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଜବାବ ରଖି କହିଛନ୍ତି, ହନୁ ମଲା ବେଳେ ସତ କହିଛି। ସସ୍ମିତ ବାବୁ ଆଜି ସତ ସ୍ୱୀକାର କରିଛନ୍ତି । ପୂର୍ବରୁ ଚାଉଳକୁ ନେଇ ରାଜ୍ୟ ସରକାର ଯେଉଁ ସବୁ ମିଛ କହୁଥିଲେ ସେସବୁ ଆଜି ଧରାପଡ଼ି ଯାଇଥିବା ଗୋଲକ କହିଛନ୍ତି ।

ସେ କହିଛନ୍ତି ଏଣିକି କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେବେ। ଏହି ଚାଉଳ କେଜି ପ୍ରତି ୩୭.୨୮ ପଇସା ହୋଇଥିବା ବେଳେ ପୂର୍ବରୁ ରାଜ୍ୟ ସରକାର କେଜି ପିଛା ୨ ଟଙ୍କା ଦେଇ ବାହାବା ନେଉଥିଲେ। ଏହି ଯୋଜନା ନିଜର ବୋଲି ଡିଣ୍ଡିମ ପିଟୁଥିଲେ। ହେଲେ ଏଣିକି ଚାଉଳ ଦେବା ନିମନ୍ତେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଦେବେ। କେନ୍ଦ୍ର ସରକାରର ସବୁ ଯୋଜନାକୁ କପି-ପେଷ୍ଟ କରି ଓଡ଼ିଶା ସରକାର ଚଲାଉଛନ୍ତି । କେନ୍ଦ୍ର କେତେ ଦେଉଛି, ରାଜ୍ୟ କେତେ ଦେଉଛି ସେ ବାବଦରେ କହୁ ବିଜେଡି ବୋଲି ଗୋଲକ କହିଛନ୍ତି ।

ମାଗଣା ଚାଉଳ ରାଜନୀତି

ଉଲ୍ଲେଖଥାଉ କି, ଗତ ମଙ୍ଗଳବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ବର୍ଷକ ଯାଏଁ ମିଳିବ ମାଗଣା ଚାଉଳ ଦେବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜାନୁଆରୀ ୨୩ରୁ ଡିସେମ୍ବର ୨୩ ଯାଏଁ ମିଳିବ ଚାଉଳ ଏବଂ ଏ ବାବଦରେ ରାଜ୍ୟ ରାଜକୋଷରୁ ୧୮୫ କୋଟି ଖର୍ଚ୍ଚ ହେବ । ଏହି ଯୋଜନାରେ ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଇଛି ।

୨୦୨୪ରେ ପଡିବ କି ମାଗଣା ଚାଉଳ ପ୍ରଭାବ ?

୨୦୦୮ରୁ ୨ଟଙ୍କିଆ ଓ ୨୦୧୩ରୁ ଟଙ୍କାଙ୍କିଆ ଚାଉଳ ବାଣ୍ଟି ଏକ ବଡ ଭୋଟ ବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ନବୀନ ପଟ୍ଟନାୟକ । ଟଙ୍କିକିଆ ଚାଉଳରେ କେନ୍ଦ୍ରର ଭାଗ ଅଧିକ ଥିଲେ ବି ସବୁ ଶ୍ରେୟ ପାଉଥିଲେ ରାଜ୍ୟ ସରକାର । କେନ୍ଦ୍ର ଏନେଇ ବାରମ୍ବାର ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇପାରି ନଥିଲା । ଲୋକେ ଧରି ନେଇଥିଲେ ଟଙ୍କିକିଆ ଚାଉଳ ଦେଉଛନ୍ତି ନବୀନ । କିନ୍ତୁ ମାଗଣାରେ ଚାଉଳ ଦେବାକୁ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ନରେନ୍ଦ୍ର ମୋଦୀ । ହେଲେ, ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ ଓ ବିଜେପି ନେତାଙ୍କ ଦାବିକୁ ଲୋକେ କେତେ ବୁଝି ପାରୁଛନ୍ତି ତାହା ବିରାଟ ପ୍ରଶ୍ନବାଚୀ । କାରଣ ମୋଦୀଙ୍କ ଚାଉଳ ହେଲେ ବି ବଣ୍ଟନ ଦାୟିତ୍ୱରେ ରହିବ ବିଜେଡି । ତେଣୁ ପ୍ରଶ୍ନ ଉଠୁଛି, ମୋଦୀ ସରକାରଙ୍କ ଗୋଟି ଚାଳନାର ପ୍ରଭାବ ଓଡିଶା ଭୋଟରଙ୍କୁ ପ୍ରଭାବିତ କରିବ କି ? ୨୦୨୪ରେ ଏହାର ରାଜନୈତିକ ପ୍ରଭାବ ରହିବ କି ?

ସେପଟେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କର ପ୍ରାୟ ୧୨୦୦ କୋଟି ଟଙ୍କା ବଞ୍ଚିଯିବ। ଆଗକୁ ନିର୍ବାଚନ ଥିବାରୁ ଏହି ଅର୍ଥରେ ରାଜ୍ୟ ସରକାର ଆଉ କିଛି ନୂଆ ଯୋଜନା ଆଣି ପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+