ବିରୋଧୀଙ୍କ ମେଳି ପରେ ବିଜେପିର ଆକ୍ସନ: ୧୩ ରାଜ୍ୟ ସଭାପତିଙ୍କ ବୈଠକ, ୪ ରାଜ୍ୟରେ ନୂଆ ମୁଖିଆଙ୍କ ନିଯୁକ୍ତି

ମିଶନ ୨୦୨୪କୁ ନେଇ ଅଧିକ ସକ୍ରିୟ ହୋଇଛି ବିଜେପି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଘର ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛି ଦଳ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳ ପକ୍ଷରୁ ନିଆଯାଇଛି ଆଉ ଏକ ପଦକ୍ଷେପ । ପଞ୍ଜାବ, ତେଲେଙ୍ଗନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ଦଳ ନିଯୁକ୍ତି ଦେଇଛି ନୂଆ ରାଜ୍ୟ ସଭାପତିମାନଙ୍କୁ ।

bjp-new-president

ଦଳ ପକ୍ଷରୁ ଉତ୍ତର ଭାରତର ୧୩ ରାଜ୍ୟର ଦଳୀୟ ସଭାପତିମାନଙ୍କ ବୈଠକ ଡକା ହୋଇଛି । ଜୁଲାଇ ୭ ତାରିଖ ଦିନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କ ସଭାପତିତ୍ଵରେ ଏହି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତ୍ତିଶଗଡ, ଉତ୍ତରଖଣ୍ଡ, ଦିଲ୍ଲୀ, ହରିୟାନା, ଚଣ୍ଡିଗଡ, ଜମ୍ମୁ କାଶ୍ମୀର, ଲାଦାଖ, ଗୁଜରାଟ ଓ ଦମନ ଡିଉ-ନଗର ହାବେଳିର ନେତାମାନେ ଏଥିରେ ଯୋଗଦାନ କରିବେ ।

ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପରେ ଆଉ କିଛି ରାଜ୍ୟର ସଭାପତି ମଧ୍ୟ ପରିବର୍ତ୍ତନ ହେବେ । ବିଗତ କିଛି ମାସ ଧରି ଦଳ ପକ୍ଷରୁ ରାଜ୍ୟ ସଭାପତିମାନଙ୍କ ସାଙ୍ଗଠନିକ ନେତୃତ୍ବ ତଥା ଦଳ ମଧ୍ୟରେ ସେମାନଙ୍କ ଦଖଲ କେତେ ରହିଛି ସେନେଇ ଆଭ୍ୟନ୍ତରୀଣ ଆକଳନ କରାଯାଉଥିଲା । ନୂତନ ଦାୟିତ୍ବ ପାଇଥିବା ନେତାମାନେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ କମାଣ ସମ୍ଭାଳିବେ ।

ଝାଡ଼ଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ମାରଣ୍ଡୀଙ୍କୁ ଦଳ ନୂତନ ସଭାପତି ନିଯୁକ୍ତ କରିଛି । ବାବୁଲାଲ ଏବେ ଝାଡ଼ଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତା ଅଛନ୍ତି । ଦଳ ପକ୍ଷଋ ବାବୁଲାଲଙ୍କୁ ନୂଆ ଦାୟିତ୍ବ ପ୍ରଦାନ ପରେ ରାଜ୍ୟରେ ବିରୋଧୀ ଦଳ ନେତା ଦାୟିତ୍ବ ଅନ୍ୟ କାହାକୁ ଦିଆ ଯାଇପାରେ, କାରଣ ଗୋଟିଏ ନେତା ଗୋଟିଏ ପୋଷ୍ଟ ପ୍ରଥା ପାଳନ କରୁଛି ବିଜେପି ।

ସେହିପରି ପଞ୍ଜାବରେ ପୂର୍ବତନ କଂଗ୍ରେସ ନେତା ସୁନିଲ ଝାକଡଙ୍କୁ ଦଳ ସଭାପତି ଦାୟିତ୍ବ ନ୍ୟସ୍ତ କରିଛି । ପୂର୍ବରୁ ଅଶ୍ଵିନୀ ଶର୍ମା ପଞ୍ଜାବର ବିଜେପି ସଭାପତି ଥିଲେ । ସୁନିଲ ଝାକଡ ପଞ୍ଜାବରେ ଜଣେ ଟାଣୁଆ ନେତା ଭାବରେ ପରିଗଣିତ । ସୁନିଲଙ୍କ ସାହାରାରେ ଦଳ ପଞ୍ଜାବରେ ବିଗିଡି ଯାଇଥିବା ସଂଗଠନକୁ ପୁଣି ସୁଦୃଢ କରିବା ପାଇଁ ଅଣ୍ଟା ଭିଡ଼ିଛି ।

ତେଲେଙ୍ଗାନକୁ ନେଇ ଅଧିକ ଚିନ୍ତିତ ଥିବା ବିଜେପି ଦଳୀୟ ନେତା ତଥା କେନ୍ଦ୍ର ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ସଭାପତି ନିଯୁକ୍ତ କରିଛି । ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାର ଅଛି। ତେଣୁ କିଶାନଙ୍କ ଉପରେ ସାଙ୍ଗଠନିକ ଭାର ଦେଇଛି ବିଜେପି । ଏହାପୂର୍ବରୁ ସଞ୍ଜୟ କୁମାର ତେଲେଙ୍ଗାନାର ରାଜ୍ୟ ସଭାପତି ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+