କେନ୍ଦ୍ରର ୫ କେଜି ଚାଉଳ କାଟିବା ପ୍ରସଙ୍ଗରେ ଆନ୍ଦୋଳନ କରିବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ପ୍ରତିବାଦ କରିବ ବିଜେଡି । ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ ।

BJD

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ପ୍ରତିବାଦ କରିବ ବିଜେଡି । ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ ।

ଏଥି ସହିତ ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା କମ କରାଯାଇଥିବା ଅଭିଯୋଗ ଆଣିଛି ବିଜେଡି । ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉଠାଉ ଥିବାବେଳେ ବର୍ତ୍ତମାନ ଉସୁନା ଚାଉଳ ଉଠାଇବା ବରାଦକୁ ୧୪ ଲକ୍ଷ ମେଟ୍ରିକ ଟନକୁ କମାଇ ଦିଆଯାଇଛି । କେବଳ ୪ ଲକ୍ଷ ମେଟ୍ରିକ ଟନ ବରଗଡ଼ ଜିଲ୍ଲାରେ ଉତ୍ପାଦନ କରାଯଉଛି । ଯାହା ଫଳରେ ଓଡ଼ିଶା ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ଏଥିଲାଗି ୧୪ ତାରିଖରେ ରାଜଭବନ ଆଗରେ ବିଜେଡି ପକ୍ଷରୁ ଧାରଣା ଦିଆଯିବ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ। ଠିକ୍ ସେହିପରି ୧୫ ତାରିଖରେ ପଞ୍ଚାୟତ ଅଫିସ ଆଗରେ ଆନ୍ଦୋଳନ କରିବ ବିଜେଡି । ଅପରପକ୍ଷରେ ୧୬ରେ ବ୍ଲକ ଅଫିସ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ସହ ଦଳ ବିକ୍ଷୋଭ କରିବ ବୋଲି ଜଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+