Get Updates
Get notified of breaking news, exclusive insights, and must-see stories!

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି, ଆଭିମୁଖ୍ୟ ସ୍ପଷ୍ଟ କଲା ଦଳ

ଭୁବନେଶ୍ୱର: ଆସନ୍ତା ୨୮ତାରିଖରେ ନୂଆ ସଂସଦ ଭବନର ଉଦଘାଟନ ସମାରୋହରେ ବିଜେଡି ସାମିଲ ହେବ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିବେ । ଏଥି ସହିତ ଦଳର କିଛି ବରିଷ୍ଠ ସାଂସଦ ଏହି ଉଦଘାଟନୀ ସମାରୋହରେ ସାମିଲ ହେବେ।

ଆଜି ନେଇ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ରିଲିଜ ଜାରି କରିଛନ୍ତି । ଏଥିରେ କୁହାଯାଇଛି, ଭାରତର ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟପତି । ଆଉ ପାର୍ଲାମେଣ୍ଟ, ଦେଶ ୧୪୦ କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଛି । ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ । ଏମାନଙ୍କ ସମ୍ମାନ ଓ ଗାରିମା ସବୁଦିନ ସୁରକ୍ଷିତ ରହିବା ଦରକାର । ବିଜେଡି ବିଶ୍ୱାସ କରୁଛି । ଏହି ସାମ୍ବିଧାନିକ ସଂସ୍ଥା କୌଣସି ବିବାଦରୁ ଉଦ୍ଧ୍ୱର୍ରେ ରହିବା ଦରକାର । ଏଭଳି ହେଲେ ସେମାନଙ୍କ ସମ୍ମାନରେ ଆଞ୍ଚ ଆସିପାରେ ।

New Parliament Building Inauguration

ଉଲ୍ଲେଖଥାଉ କି, ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ କରାଯିବାକୁ ବିରୋଧ କରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଓ ଅନ୍ୟ ଦଳ ସମେତ ମୋଟ ୧୯ଟି ରାଜନୀତିକ ଦଳ ଏହି ସମାରୋହକୁ ବର୍ଜନ କରିବେ ବୋଲି ଆଜି ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହି ସମସ୍ତ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧୀ ଓ ଏସବୁ ମଧ୍ୟରୁ କିଛି ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରୟାସରେ ରହିଛି ।

New Parliament Building Inauguration

ଆପଣଙ୍କୁ କହି ରଖୁଛୁ, ଯେତେବେଳେ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଘୋଷଣା କରିଥିଲା, ସେତେବେଳେ ବିଜେଡ଼ି ଏହାର ପୂର୍ଣ୍ଣ ସମର୍ଥନ ଦେଇଥିଲା । ମାଟିର ଝିଅ କହି ବିଜେଡ଼ି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରେ ଭୋଟ୍ ଦେଇଥିଲା । ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନ କରାଯିବାକୁ ପ୍ରତିବାଦ କରି ଅନ୍ୟ ବିରୋଧୀ ଦଳ ସମାରୋହ ବହିଷ୍କାର କରୁଥିବା ବେଳେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+