ବିଜେଡିର ଆୟୁଷ କମ ଦିନ, ବହୁ ଜଲ୍ଦି ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ: ଜୟନାରାୟଣ
ବିଜେଡିର ଆୟୁଷ କମ ଦିନ କହିଲେ ଜୟନାରାୟଣ ମିଶ୍ର । ବହୁ ଜଲ୍ଦି ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ ବୋଲି ଜୟନାରାୟଣ କହିଛନ୍ତି। ବହୁ ଯୋଗାଯୋଗରେ ଅଛନ୍ତି, ଦୁର୍ନୀତିମୁକ୍ତଙ୍କ କଥା ବିଚାର କରାଯିବ। ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ କହିଲେ ଜୟନାରାୟଣ। ନେତାଙ୍କୁ ଚାକର ଭଳି ରଖିଥିଲେ, ଏବେ ରିଭେଂଜ ମୁଡ୍କୁ ଆସିଯାଇଛନ୍ତି। ନେତାମାନେ ଦରି ପକାଇବା, ଟେଣ୍ଟ ଗାତ ଖୋଳିବା, ଚେୟାର ବୋହିଲେ ବୋଲି ସେ କହିଛନ୍ତି।

ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆ ନ ଯାଉ ବୋଲି ପାଣ୍ଡିଆନ ଚାହୁଁଥିବା ସେ କହିଛନ୍ତି।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାଟ୍ଟଶାଣୀ କହିଛନ୍ତି, ମୁଁ ସଂସଦରେ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲି। ଏହାପରେ ପାଣ୍ଡିଆନ ମୋତେ ଫୋନ କରି ସଂସଦରେ କାହିଁକି ପଚାରିଲି ବୋଲି ପଚାରିବା ସହ ତୁମର କ'ଣ ଦରକାର ଥିଲା, ତୁମେ କାହିଁକି ଏକଥା ଉଠାଇଲ ବୋଲି ମୋତେ କହିଥିଲେ।
କେବଳ ଏତିକି ନୁହେଁ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉରୀ ଗୀତା ମେହେଟ୍ଟାଙ୍କୁ ନେଇ ମଧ୍ୟ ପାଟ୍ଟଶାଣୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଗୀତା ମେହେଟ୍ଟାଙ୍କୁ ରାଜ୍ୟ ସଭା ପଠାଇବାକୁ ପାଣ୍ଡିଆନ ବିରୋଧ କରିଥିଲେ। ଥରେ ମୋତେ ପାଣ୍ଡିଆନ ଫୋନ କରି ତୁମେ କାହିଁକି ଗୀତାଙ୍କୁ ରାଜ୍ୟ ସଭା ପଠାଇବାକୁ କହୁଥିଲ ବୋଲି କହିଥିଲେ। ତାଙ୍କଠାରୁ ଏଭଳି କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।
ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ କହିଥିଲେ, ଆଉ କିଛି ରାଜ୍ୟ ସଭା ଏମ୍ପି ବିଜେଡି ଛାଡ଼ିବେ। ୨ ଜଣଙ୍କ ପରେ ଆଉ କିଛି ଏମ୍ପି ଦଳ ଛାଡ଼ିବେ। ପୂର୍ବରୁ ଦଳରେ ଅସନ୍ତୋଷ ଲାଗି ରହିଥିଲା, କିନ୍ତୁ କେହି ମୁହଁ ଖୋଲି କହି ପାରୁ ନ ଥିଲେ। ଭିତରେ କୁହୁଳୁଥିବା ନିଆଁ ଏବେ ଚାରିଆଡ଼େ ବ୍ୟାପୁଛି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ ବୋଲି ଅମର କହିଛନ୍ତି।
ଅମର ଆଉ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି।
ଏହି କିଛିଦିନ ତଳେ ଦଳର ବରିଷ୍ଠ ନେତା ଲେନିନ ମହାନ୍ତି ଅମରଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଥିଲେ।
ସେ କହିଥିଲେ, 'ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ' ସଭ୍ୟପଦ ନବୀକରଣ ବି କରିନାହିଁ। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ' ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।'












Click it and Unblock the Notifications