ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଟାର୍ଗେଟ କଲା ବଜେଡି : ପ୍ରମିଳା କହିଲେ ଆମ ସରକାରଙ୍କ ପଇସା ପଇସା ନୁହେଁ, ତାଙ୍କ ପଇସା ପଇସ?
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ହଟାଇବାକୁ ନେଇ ତେଜିଛି ରାଜନୀତି
ଭୁବନେଶ୍ୱର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ହଟାଇବାକୁ ନେଇ ତେଜିଛି ରାଜନୀତି । କେନ୍ଦ୍ର ସରକାରଙ୍କୁ ଏନେଇ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାର ଯେତିକି ପଇସା ଦେଉଛନ୍ତି, ରାଜ୍ୟ ସରକାର ମଧ୍ୟ 40 ଭାଗ ଟଙ୍କା ଦେଉଛନ୍ତି । ତେଣୁ ରାଜ୍ୟ ସରକାର ବିଜୁ ପକ୍କା ଘର ଲୋଗୋ ଲଗାଇବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ବେଜେଡି ଚିପ୍ ହ୍ୟୁପ୍ ପ୍ରମୀଳା ମଲ୍ଲିକ । ଯଦି କେନ୍ଦ୍ର ସରକାର ଲେଖିଛନ୍ତି ତାହାଲେ ସରକାର ଏନେଇ ତାଙ୍କ ସହ କଥା ହେବେ ।

ସେ ଆହୁରି ମଧ୍ୟ କହିଛନ୍ତି ସେମାନେ ଯାହା କହୁଛନ୍ତି ତାହା କଣ ଠିକ୍ ? ଆମ ସରକାର ଯାହା ପଇସା ଦେଉଛନ୍ତି ତାହା ପଇସା ନୁହଁ, ତାଙ୍କର ଯେଉଁ ପଇସା ଦେଉଛନ୍ତି ସେଇଟା ପଇସା ? ସେହିପରି ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ଆମର ତୁ ତୁ ମେଁ ମେଁ କରିବାର କିଛି ନାହିଁ । ଲୋଗୋରେ କିଛି ନାହିଁ । ଗ୍ରାମୀଣ ଲୋକଙ୍କ ସୁଖ ସୁବିଧାକୁ କିପରି ତାଙ୍କ ପାଖକୁ ନେବୁ ଚେଷ୍ଟା କରିବୁ । ଗଲା ତିନି ବର୍ଷରେ ଓଡ଼ିଶା ସରକାର 6 ହଜାର କୋଟି ଟଙ୍କା ଦେଇଛନ୍ତି । ସେ ଲୋଗୋକୁ ଧରି ବସିଥାନ୍ତୁ ବୋଲି କଡ଼ା ଭାଷାରେ କହିଛନ୍ତି ଦେବୀ ମିଶ୍ର । ଯେଉଁମାନେ ଆବାସ ଯୋଜନାରେ ଯୋଗ୍ୟ ଆମେ ତାଙ୍କୁ ଯୋଗାଇ ଦେବୁ ବୋଲି ସେ କହିଛନ୍ତି ।












Click it and Unblock the Notifications